ଧ୍ୟାନକୁଦ ପୀଠରେ ଶ୍ରୀଗୁଣ୍ଡିଚା ରଥ ଯାତ୍ରା

୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ହାଜିପୁର ସ୍ଥିତ ମାଳିକା ବର୍ଣିତ ମହାପୁରୁଷ ପଞ୍ଚସଖା ଙ୍କ ସାଧନାର କ୍ଷେତ୍ର ଧ୍ୟାନକୁଦ ଠାରେ ରବିବାର ପବିତ୍ର ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପ୍ରଭାତରେ ମନ୍ଦିର ଦ୍ୱାର ଫିଟା, ମଙ୍ଗଳ ଆଳତି, ମୈଲମ, ତଡପ ଲାଗି, ରୋଷହୋମ, ଅବକାଶ ସୂର୍ଯ୍ୟ ପୂଜା,

ଦ୍ୱାରପାଳ ପୂଜା, ବେଶ, ସଖାଳଧୁପ, ରଥପ୍ରତିଷ୍ଠା, ମଙ୍ଗଳାର୍ପଣ, ଗୋଟି ପହଣ୍ଡି, ପରେ ଚକ୍ରରାଜ ସୁଦର୍ଶନ ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଜଗନ୍ନାଥ ଙ୍କୁ ପହଣ୍ଡିରେ ଅଣାଯାଇ ରଥlରୁଢ଼ କରାଯାଇଥିଲା l ଏହାପରେ ମଦନ ମୋହନବିଜେ, ଚିତାଲାଗି, ବେଦମନ୍ତ୍ର ପାଠ ମନ୍ଦିର ଶଙ୍କରାଚାର୍ଯ୍ୟ ଅରକ୍ଷିତ ବାବା ଙ୍କ ରଥ ପରିକ୍ରମା, ମନ୍ଦିର ରାଜା ପ୍ରମୋଦ କୁମାର ନନ୍ଦୀ ଛେରା ପହଁରା କରିଥିଲେ l

ପରେ ଚାରମାଳ ଫିଟା ଓ ଘୋଡା ସାରଥୀ ବିଜେ ପରେ ରଥ ଟଣାଯାଇଥିଲା l ଭକ୍ତମାନେ ରଥକୁ ଟାଣିଟାଣି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନେଇଥିଲେ ଏଥିରେ ମନ୍ଦିର ବିଶ୍ୱାବସୁ ବିଭୁଦତ୍ତ ସାହୁ ଙ୍କ ନେତୃତ୍ୱରେ ଦଇତାପତି ସେବକ ମାନେ ସୁରୁ ଖୁରୁରେ ଅଧ୍ୟା ତ୍ମିକ କାର୍ଯ୍ୟ କ୍ରମକୁ ସମାପନ କରିଥିଲେ ପାଗପ୍ରତିକୂଳ ସତ୍ୱେ ବହୁଭକ୍ତ ଶ୍ରଦ୍ଧାଳୁ ଙ୍କ ଭିଡ ହୋଇଥିଲା l

ପୀଠରେ ପ୍ରବଚନ, ଭଜନ ଆଦି କାର୍ଯ୍ୟମାନ କରାଯାଇଥିଲା l ଭିଡକୁ ଦୃଷ୍ଟିରେ ରଖି ବିରିଡି ଥାନାଇନ୍ସ ପେକଟର ସବ୍ୟସାଚୀ ରାଉତ ତାଙ୍କ କର୍ମଚାରୀ ମାନଂକୁ ଧରି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ l ସେହି ପରି ବ୍ଲକର ଅଢଙ୍ଗ ନାଇଲୋ, ଉକୁନ୍ଦରା, ମଇନ୍ଦିପୁର ଅଷ୍ଟଶମ୍ଭୁ, କୂଳକଇଜଙ୍ଗl ନୂଆପାରୀ ମଦନମୋହନ ପୀଠ, ଆଦି ସ୍ଥାନ ମାନଙ୍କରେ ରଥଯାତ୍ରା ହୋଇ ଥିଲା l

Exit mobile version