ବୋଲଗଡ଼ ଟାଉନ ଷ୍ଟେସନ ପାଇଁ ରେଳମନ୍ତ୍ରୀଙ୍କୁ ୯ ସମସ୍ୟା ସମ୍ବଳିତ ପ୍ରସ୍ତାବ

୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼  :->  ବୋଲଗଡ଼ ମୁଖ୍ୟାଳୟସ୍ଥିତ ଟାଉନ ରେଳଷ୍ଟେସନ ନିମନ୍ତେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା କୋଷାଧକ୍ଷ ବିଶ୍ଵଜିତ ସ୍ୱାଇଁ ବୁଧବାର ନୂଆଦିଲ୍ଲୀ ରେଳଭବନ କାର୍ଯ୍ୟାଳୟଠାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ କୁମାର ବୈଷ୍ଣବଙ୍କୁ ସୌଜନ୍ୟ ସାକ୍ଷାତ କରି ୯ଗୋଟି ସମସ୍ଯା ସମ୍ବଳିତ ପ୍ରସ୍ତାବକୁ ପ୍ରଦାନ କରିଛନ୍ତି। ସୂଚନା ଯେ ଭାଜପା କୃଷକ ମୋର୍ଚ୍ଚାର ରାଜ୍ଯ କୋଷାଧ୍ୟକ୍ଷ ଶ୍ରୀ ସ୍ବାଇଁ ସମ୍ପୃକ୍ତ ରେଳ ଷ୍ଟେସନରେ ଅଣସଂରକ୍ଷଣ ଟିକେଟ୍ ବ୍ୟବସ୍ଥା, ପରିମଳ ବ୍ଯବସ୍ଥା,

ପାନୀୟ ଜଳ, ଯାତ୍ରୀ ପ୍ରତୀକ୍ଷା ଗୃହ, ସମସ୍ତ ସୁପର ଫାଷ୍ଟ ଟ୍ରେନର ରହଣି,ଶୌଚାଳୟ ସ୍ଥାପନ, ଡାକବାଜି ଯନ୍ତ୍ର ଦ୍ବାରା ରେଳ ସମନ୍ଧୀୟ ଘୋଷଣା ବ୍ୟବସ୍ଥା, ସୁରକ୍ଷା ଗାର୍ଡ ନିଯୁକ୍ତି ଓ ପାର୍ସଲ୍ ବୁକିଂ ଆଦି ୯ ଗୋଟି ଦାବୀ ଓ ପ୍ରସ୍ତାବ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ପ୍ରଦାନ କରିଛନ୍ତି। ଏହି ଦାବୀ ଓ ପ୍ରସ୍ତାବ ପ୍ରଦାନ ସମୟେ ରାଜ୍ଯ ସମବାୟ ପ୍ରକୋଷ୍ଠର ଅଧକ୍ଷ ଶ୍ରୀରଂଜନ ମଙ୍ଗରାଜଙ୍କ ଉପସ୍ଥିତି ଥିଲେ। ତେବେ ଏହି ପ୍ରସ୍ଥାବ ସମୂହ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ତୁରନ୍ତ କାର୍ଯ୍ଯକାରୀ କରିବା ସମ୍ପର୍କରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଠବ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖଙ୍କୁ ନିର୍ଦେଶ ଦେଇଥିବା ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି ।

Exit mobile version