
୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ଅନ୍ତର୍ଗତ ନୂଆଗଡ଼ ସଦରକୁମା ଲକ୍ଷ୍ମୀନୃସିଂହ ବିଦ୍ୟାପୀଠ ଠାରେ 75ତମ ବନମହୋତ୍ସବ ପାଳନ ହୋଇଯାଇଛି l ଉକ୍ତ ଅବସରରେ ନୁଆଗଡ ବନପlଳ ମଜେସ ଶବର ଏବଂ ବିଦ୍ୟାଳୟର ଜୁନିଅର ରେଡକ୍ରସର ଛାତ୍ର ଛାତ୍ରୀ, କାଉଁସିଲରଙ୍କ ସହଯୋଗ ତଥା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ ବେହେରାଙ୍କ ପ୍ରରୋଚନା କ୍ରମେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l ଏଣୁ ଏହି ଅବସରରେ ବିଦ୍ୟାଳୟ ପରିସର ଏବଂ ଛାତ୍ରୀ ନିବାସ ପରିସର ମଧ୍ୟରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଛି l

