କୃଷି ବିଜ୍ଞାନ କେନ୍ଦ୍ରରେ ବନମହୋତ୍ସବ

୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି ;-> ଗଜପତି ଜିଲ୍ଲା ଆର,ଉଦୟଗିରି ବନବିଭାଗ ଓ ଆଇନସେନା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଅନୁଷ୍ଠିତଥିଲା । କାର୍ଯ୍ୟକ୍ରମରେ ସବଜଜ୍ ପୁଣ୍ୟଶ୍ଳୋକ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ପ୍ରଥମଶ୍ରେଣୀ ବିଚାରପତି ତରୁଣ କୁମାର ସେଠୀ, ବିଡିଓ ଲରିମନଖର୍ସେଲ, ତହସିଦାର ଜ୍ୟୋତିମୟ ଦାସ, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡ. ସୁଶ୍ରୀ ଚୈଧରି, ଡ. ସଞ୍ଜିବି କୁମାର ମାଣ୍ଡିଓ ଜୟଶଙ୍କର ପ୍ରଧାନ, ମନୋଜ କୁମାର ସାହୁ ଏବଂ ବିଭାଗର ଅନ୍ୟ କର୍ମଚାରୀ ପ୍ରମୁଖ ବୃକ୍ଷରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ପରେ ବନପାଳ ଉମାଶଙ୍କର ବିଷୋୟୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ସମସ୍ତ ଗଛଟିଏ ଲଗାଇ ନିଜର ପରିବେଶ ସୁରକ୍ଷା ସହ ମାନବ ସଭ୍ୟତାର ସୁରକ୍ଷା କରିବାକୁ ସମସ୍ତ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ଅଁଳା, ଜାମୁ, ପିଜୁଳି,ସୀତାଫଳ,ତେନ୍ତୁଳି, ଭଲି ବିଭିନ୍ନ କିସମର ପ୍ରାୟ ୧୬୦ଟି ଚାରାରୋପଣ କରାଯାଇଥିଲା । ଫରେଷ୍ଟର ସନ୍ତୋଷ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଫରେଷ୍ଟର ବିଜୟ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version