ଆର,ଉଦୟଗିରି ବ୍ଲକରେ ସମ୍ପଣ୍ଣତା ଅଭିଯାନ

୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକ ସମ୍ପୂଣ୍ଣତା ଅଭିଯାନ ଅନୁଷ୍ଠିତ ହୋଇଥିଲା । ଏଥିରେ ମୂଖ୍ୟ ଭାବେ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାଣ ଶବର , ରାମଗିରି ଜିଲାପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି, ତହସିଲିଦାର ଜ୍ୟୋତିର୍ମୟ ଦାସ, ଡା.ନିବେଦିତା ପଣ୍ଡ, ସିଡିପିଓ ଲଳିତା ପୂଜାରୀ, କୃଷି ଅଧିକାରୀ ରାମ ପ୍ରସାଦ ପିତ୍ର ଯୋଗ ଦେଇଥିଲେ ।

ବିଡିଓ ଲରିମନ ଖର୍ସେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ଉଦୟଭାନୁ ଓ ମନୋଜ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବେଳେ ଅଶ୍ବିନୀ କୁମାର ସଡଙ୍ଗୀ ସଂଯୋଜନା କରିଥିଲେ। ଶିଶୁ ସୁରକ୍ଷା, ମାତୃସୁରକ୍ଷା, ମୃତ୍ତିକା ସ୍ବାସ୍ଥ୍ୟର ଉନ୍ନତି ସହ ଅଧିକ ଫସଲ ଅମଳ, ପିଲାଙ୍କ ଡ୍ରପ୍ ଆଉଟ୍ ସଂଖ୍ୟା କମାଇବା,

ଗୁଣତ୍ମକ ଶିକ୍ଷା ପ୍ରଦାନ, ସ୍ବୟଂସହାୟକା ଦଳ ଅଗ୍ରଗତି ସକାଶେ ସହାୟତା ପ୍ରଦାନ ଭଲି ବିଭିନ୍ନ ବିନ୍ଦୁ ଉପରେ ଅତିଥିଗଣ ଆଲୋଚନା କରିଥିଲେ । ଏହି ଅବସରେ ଉଲ୍ଲେଖନୀୟ ସଫଳତା ଯୋଗୁଁ ମା ରାଧାରାଣୀ ଓ ମା ମାଣିକେଶ୍ବରୀ ସ୍ବୟଂ ସହାୟକା ଦଳକୁ ୬ ଲକ୍ଷ ଲେଖାଏଁ ବିନା ସୁଧରେ ରଣ ପ୍ରଦାନ କରାଯାଇଥିଲା ।

ଶିକ୍ଷା, ସ୍ବାସ୍ଥ୍ୟ, ଶିଶୁ ବିକାଶ, କୃଷି, ଉଦ୍ୟାନ ଓ ଓଡିଶା ଜୀବିକା ମିଶନ ବିଭାଗ କର୍ମକତ୍ତାଙ୍କ ସହ ଅଙ୍ଗନବାଡି, ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀ ବିଭାଗ କର୍ମକତ୍ତା ଉପସ୍ଥିତ ଥିଲେ । ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ସେମାନଙ୍କ ଧାର୍ଯ୍ୟ ଲକ୍ଷ ହାସଲ କରିବେ ବୋଲି ଶପଥ ନେଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Exit mobile version