
୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ଦ୍ଵିତୀୟ ଶ୍ରୀକ୍ଷେତ୍ର : ସବୁଦିନ ପରି ଆଜି ସକାଳ ଘ.୮.୦୦ ଟିକା ସମୟରେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ କାରିଗର ମାନେ । ଗତକାଲି ତିନି ରଥର ପାର୍ଶ୍ଵ ଦେବ ଦେବୀ ସଂସ୍ଥାପିତ ହେବାସହ ଚିତ୍ରକାର ସେବକ ମାନଙ୍କ ଦ୍ଵାରା ତିନି ରଥ ପ୍ରଭା ରଙ୍ଗ ଚିତ୍ର କାର୍ଯ୍ୟ ଶେଷ ହୋଇଛି । ରଥ ବେଦୀ ଚାରି ପାର୍ଶ୍ୱରେ ଗାଈଗୋଠ ଚିତ୍ର, ଘୋଡ଼ା, ସାରଥି ଙ୍କ ରଙ୍ଗ କାର୍ଯ୍ୟ ଜାରୀରହିଥିଲା ଯାହା ଆଜି ବିଧିବଦ୍ଧ ଭାବେ ସମସ୍ତ କାର୍ଯ୍ୟ ସମାପ୍ତ ହୋଇଛି । ତିନି ରଥର ରଙ୍ଗ କାର୍ଯ୍ୟ ସମସ୍ତ ଶେଷ ହେବା ସହ ତିନି ରଥର ପ୍ରଭା ରେ ରୂପକାର ସେବକ ମାନେ ଖୋଦେଇ କରିଥିବା ରାହୁ ବା କ୍ରିତି ମୁଖ ସହ ତାଳଧ୍ଵଜ ରଥ ପ୍ରଭା ମଧ୍ୟଭାଗରେ ପଦ୍ମ କଢି ଏବଂ ଶିବ, ନାରଦ ଙ୍କ ଚିତ୍ର, ଦେବୀ ରଥ ପ୍ରଭା ମଧ୍ୟ ଭାଗରେ ପଦ୍ମ କାଢି ଏବଂ ଗଙ୍ଗା, ଯମୁନା ଙ୍କ ଚିତ୍ର, ନନ୍ଦିଘୋଷ ରଥ ପ୍ରଭା ମଧ୍ୟ ଭାଗରେ ପଦ୍ମ କାଢି ସହ ଦୁଇ ପାର୍ଶ୍ଵରେ ଇନ୍ଦ୍ର , ବ୍ରହ୍ମା ଙ୍କ ରଙ୍ଗ ଚିତ୍ର କାର୍ଯ୍ୟ ଚିତ୍ର କାର ସେବକ ମାନେ ଶେଷ କରିଛନ୍ତି। ଏଥିସହ ଚିତ୍ରକାର ସେବକ ମାନେ ତିନି ରଥର ପିତଳ କଳସରେ ରଙ୍ଗ କାର୍ଯ୍ୟ ସହ ରଥ ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ ଶେଷ ହୋଇ ଘୋଡ଼ା, ସାରଥିଙ୍କ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି । ଆଜି ମହାରଣା ସେବକ ଏବଂ ସୁଆଁସିଆ ସେବକ ମାନେ ତିନି ରଥ ରେ ଥେକେରା ବାଡ ବୁଲାଇବା ସହ ସେଥିରେ ସଖୀ ଫିଟିଙ୍ଗ ଶେଷ କରିଛନ୍ତି । ଏଥିସହ ତିନି ରଥର ବିଜେ ଚକା ତ୍ରୟ ରେ ତିନି ରଥ ମହାରଣା ସେବକ ମାନେ ବିନ୍ଧ ସହ ତିନୋଟି ଲେଖାଏଁ କାଠ ଖିଲ ନିର୍ମାଣ ଶେଷ କରିଛନ୍ତି । ସେବକ ମାନେ ତିନି ରଥର ବତା କନା ଯୋଡଣି,ପୋଟଳ କନା କାର୍ଯ୍ୟ ଶେଷ କରିଛନ୍ତି । ସୁଆଁଶିଆ ସେବକ ମାନେ ତିନି ଏଥର ଦୁଆର ବେଢ଼ା ଏବଂ ଚନ୍ଦ୍ର ଶାଳୀ ରେ ପିତଳ ସଜ ଫିଟିଙ୍ଗ ଶେଷ କରି ତିନି ରଥର ପୋଟଳ ଏବଂ ବତା ଆବରଣ କନା ପକା କାର୍ଯ୍ୟ ଜାରୀ ରଖିଥିବା ବେଳେ ଆଜି ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ କରି ଶ୍ରୀ ଜୀଉ ଙ୍କ ଗୁଣ୍ଡିଚା ଯାତ ପାଇଁ ରଥ ଗୁଡ଼ିକ ପ୍ରସ୍ତୁତ ହୋଇଯିବ ବୋଲି ମୁଖ୍ୟ ମହାରଣା ପ୍ରକାଶ କରିଛନ୍ତି ।

