
୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶରେ ଶନିବାର ଦିନ ସଂପୁର ସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ଵାଇଁଙ୍କ ଅଧ୍ୟକ୍ଷତା ଏବଂ ଆନ୍ତର୍ଜାତିକ ସବୁଜ ବାହିନୀ,ବୋଲଗଡ଼ ଶାଖାର ସେନାପତି ସାନନ୍ଦ କୁମାର ସାହୁଙ୍କ ସଂଯୋଜନାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବ ଅବସରରେ ପୂର୍ବରୁ ସରକାରୀ ଉଚ୍ଚ ବିଦ୍ୟାଳୟ,ବୋଲଗଡ଼ ସାଧନ କେନ୍ଦ୍ର ଅନ୍ତର୍ଗତ ୯ ଗୋଟି ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ସଂଯୋଜକ ବିଶ୍ଵରଞ୍ଜନ ସେଠୀଙ୍କ ତତ୍ତ୍ଵାବଧାନରେ ପରିବେଶ ଓ ଜଙ୍ଗଲ ସମ୍ପର୍କୀୟ ପ୍ରସଙ୍ଗ ଉପରେ ଚିତ୍ରାଙ୍କନ,ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

