ଜିଲ୍ଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ବିଜୟଲକ୍ଷ୍ମୀ ପ୍ରଥମ

୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ଓଡ଼ିଶା ସାହିତ୍ୟ ଏକାଡେମୀ ର ୬୭ ତମ ସ୍ଵନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ନୟାଗଡ ଏନ ଏ ସି ହାଇସ୍କୁଲ ରେ ଜିଲ୍ଲା ସ୍ତରୀୟ ସାହିତ୍ୟ ସମ୍ପର୍କିତ ବକ୍ତୃତା,କବିତା ଆବୃତ୍ତି, ପ୍ରବନ୍ଧ, ସଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ନୂଆଗାଁ ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ବିଜୟଲକ୍ଷ୍ମୀ ପରିଡ଼ା ଜିଲ୍ଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜୟଲକ୍ଷ୍ମୀ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ପୁରସ୍କୃତ କରିଛନ୍ତି।

ନୂଆଗାଁ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ,ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।କୃତିତ୍ବ ଅର୍ଜନ କରିଥିବା ବିଜୟଲକ୍ଷ୍ମୀ ଙ୍କୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ସାହୁ ଶୁଭେଛା ଜଣାଇଛନ୍ତି। ଆଦର୍ଶ ବିଦ୍ୟାଳୟରେ ପଢ଼ିବା ପୂର୍ବରୁବବିଜୟଲକ୍ଷ୍ମୀ ଖାଲମଡା ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ।

Exit mobile version