ଫୁଲକି ମୁଣ୍ଡାଠାରେ ପରିବେଶ ସୁରକ୍ଷା ଦିବସ

୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଖପ୍ରାଖୋଲ  :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଇକୋ କ୍ଳବ ଅନୁକୁଲ୍ୟରେ ବିଦ୍ୟାଳୟ ପରିସରରେ “ବନମହୋତ୍ସବ ସପ୍ତାହ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟୀତ୍ରୀ, ଅଣଶିକ୍ଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ |

ଏହି ଅବସରରେ ମୁଖ୍ୟ ଅତିଥିଭାବେ ହରିଶଙ୍କର ବନାଞ୍ଚଳ ଅଧିକାରୀ ଅରବିନ୍ଦ ନାଏକ, ମୁଖ୍ୟବକ୍ତା ରୂପେ ଖପ୍ରାଖୋଲ ବନପାଳ ସୁଧ୍ରର କୁମାର ଜେନା, ସମ୍ମାନ୍ନୀତ ଅତିଥି ଭାବେ ଏବିଇଓ କମ ସିଆରସିସି ରୁଦ୍ରଦେବ ସଡ଼ଙ୍ଗୀ, ବନ ପାଳ ରାଜେନ୍ଦ୍ର ଧରୁଆ,ଡିଓ ଯଶୋବନ୍ତ ସାହୁ,ଏସଏମସି ମେମ୍ବର ମୋହନ ସୁନା,ଡବ୍ଲୁଇଓ ପ୍ରତିକ୍ଷା ସାହୁ ଯୋଗଦେଇଥିଲେ |

ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବୃକ୍ଷଲତାର ଉପକାରୀତା ବିଷୟରେ ବକୃତା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବନମହୋତ୍ସବ ପାଳନର ମହତ୍ଵ, ଗଛଲତାର ଔଷଧୀୟ ଗୁଣଗୁଡିକୁ ଅତି ପ୍ରାଞ୍ଚଳ ଭାଷାରେ ବୁଝାଇଥିଲେ । ଏବଂ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାପାଇଁ ସପଥ କରାଇଥିଲେ | ଶେଷରେ ବିଦ୍ୟାଳୟର ହିନ୍ଧୀ ଶିକ୍ଷକ ଭୁବନେଶ୍ୱର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲା ।

Exit mobile version