ସମାଧାନ ହେଲା ସାମ୍ବାଦିକ ଓ ଜିଲ୍ଲାପାଳ ଙ୍କ ବିବାଦ

ନୟାଗଡ଼ ଜିଲ୍ଲାପାଳ ରଥ ଯାତ୍ରା କମିଟି ବୈଠକରେ ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ ରଣପୁର ସାମ୍ୱାଦିକ ମାନଙ୍କୁ ତଡି ଦେଇଥିବା ପ୍ରସଙ୍ଗକୁ ନେଇ ରଣପୁର ବ୍ଲକ୍ ବିଡ଼ିଓଙ୍କ ଅଫିସ୍ ରେ ସାମ୍ବାଦିକ ଙ୍କୁ କ୍ଷମା ମାଗିଲେ ଜିଲ୍ଲାପାଳ ।ଏବେ ସାମ୍ବାଦିକ ବନ୍ଧୁ ମାନେ ଆପଣ ମାନେ ଖୁସି ତ … ମୁଁ ଜାଣି ନଥିଲି କି ରଥ କମିଟି ବୈଠକରେ ସାମ୍ବାଦିକଙ୍କ ଉପସ୍ଥିତି ଜରୁରୀ ବୋଲି । ମତେ ସାଂସଦ କି ବିଧାୟିକା ଏ ବିଷୟରେ ଅବଗତ କରାଇନଥିଲେ ।ସେ ଦିନର ଘଟଣାକୁ ନେଇ ଜିଲ୍ଲାପାଳ ଦୁଃଖ ପ୍ରକାଶ କରିଥିଲେ ।

୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ବ୍ଲକ୍ କନଫେରେନ୍ସ ହଲ ମଧ୍ୟରେ ଗତ ତା୧୬/୬/୨୦୨୪ରିଖ ଅପରାହ୍ନ ୩.୩୦ ରେ ସାଂସଦ ଡଃ ସମ୍ବିତ ପାତ୍ର ଙ୍କ ସଭାପତିତ୍ୱରେ ରଣପୁର ରଥଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ନେଇ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସାମ୍ବାଦିକ ମାନଙ୍କୁ ଅବଗତ କରାଇଥିଲେ । ଯେଉଁଥିରେ ଜିଲ୍ଲା ପ୍ରଶାସନ ତରଫରୁ ସାମ୍ବାଦିକ ମାନଙ୍କୁ ଯୋଗ ଦେବା ପାଇଁ ଅନୁରୋଧ କରାଯାଇଥିଲା ।

ଫଳରେ ଧାର୍ଯ୍ୟ ସମୟରେ ସାମ୍ବାଦିକ ମାନେ ଉକ୍ତ ବୈଠକ ରେ ଯୋଗ ଦେଇ ପରିଚୟ ପ୍ରଦାନ କାର୍ଯ୍ୟକ୍ରମ ସରିବା ପରେ ଆଲୋଚନା ଆରମ୍ଭ ପୂର୍ବରୁ ସାମ୍ବାଦିକ ମାନଙ୍କୁ ବାହାରକୁ ଯିବା ପାଇଁ ଜିଲ୍ଲାପାଳ ସ୍ୱଧା ଦେବ ସିଂ କହିବା ପରେ ସାମ୍ବାଦିକ ମାନେ ବୈଠକ ସ୍ଥଳ ଛାଡି ଚାଲିଆସିଥିଲେ । ପରେ ଏହି ଘଟଣା କୁ ନେଇ ସାମ୍ବାଦିକ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ରଣପୁର ରଥଯାତ୍ରାରେ ସାମ୍ବାଦିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ନେଇ ସେ ଅବଗତ ନଥିବା ହେତୁ ଏଭଳି ମନ୍ତବ୍ୟ ପ୍ରଦାନ କରିଥିଲେ ବୋଲି ପ୍ରକାଶ କରିଥିଲେ । ଏହି ଘଟଣା ର ସମାଧାନ ପାଇଁ ଶୁକ୍ରବାର ଅପରାହ୍ନରେ ବିଡିଓ ସୁଧୀର କୁମାର ନାୟକ ଙ୍କ ସହଯୋଗ କ୍ରମେ ବ୍ଲକ୍ ପରିସର ମଧ୍ୟରେ ଉଭୟ ଜିଲ୍ଲାପାଳ ଓ ସାମ୍ବାଦିକ ମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ଘଟଣା ସମ୍ପର୍କରେ ଉଭୟ ଙ୍କ ମଧ୍ୟରେ ଆଲୋଚନା ହେବା ପରେ ରଣପୁର ରଥଯାତ୍ରାରେ ସାମ୍ବାଦିକ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଅନୁଭବ କରିବା ପରେ ସେ ଦିନର ଘଟଣାକୁ ନେଇ ଜିଲ୍ଲାପାଳ ଦୁଃଖ ପ୍ରକାଶ କରିଥିଲେ । ପରେ ସାମ୍ବାଦିକ ମାନଙ୍କ ସହ ରଣପୁର ରଥଯାତ୍ରା କୁ ସରସ ସୁନ୍ଦର କରିବା ଦିଗରେ ବିଭିନ୍ନ ଆଲୋଚନା କରିବା ସହ ପୂର୍ଣ୍ଣ ସହଯୋଗ ଲୋଡିଥିଲେ ।

ଏହି ବୈଠକରେ ତହସିଲଦାର ଙ୍କ ସହ ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ପରିଶେଷରେ ଜିଲ୍ଲାପାଳ ଙ୍କ ସହ ସମସ୍ତ ସାମ୍ବାଦିକ ମାନେ ରଥ ନିର୍ମାଣ ସ୍ଥଳକୁ ଆସି ନିର୍ମାଣ କାର୍ଯ୍ୟ ପରିଦର୍ଶନ କରି ଫେରିଯାଇଥିଲେ ।

 

Exit mobile version