ଜଙ୍ଗଲୀ ହାତୀ ଆକ୍ରମଣରେ ଯୁବକ ମୃତ୍ୟୁ ବର୍ତ୍ତିଗଲେ ଆଉ ଜଣେ ଯୁବକ

୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଯାଜପୁର :->  କଟକ ବନଖଣ୍ଡ ଅନ୍ତର୍ଗତ ବୈରୀ ଠାରେ ଥିବା ଡାଳିଯୋଡା ବନାଞ୍ଚଳ ଅଧିନସ୍ଥ ଶାଳପଡ଼ା ପଞ୍ଚାୟତର ବନ୍ଧପଲି, ଚାରି ଗୋଛିଆ ଗ୍ରାମ ର ଦୁଇ ଯୁବକ ଢମଣା ତଳି ଜଙ୍ଗଲ କୁ ସକାଳୁ ଯାଇଥିବା ସମୟରେ ଏକ ହାତୀ ହାବୁଡରେ ପଡି ଯାଇଥିଲେ ଘଟଣା ସ୍ଥଳରେ ହାତୀ ଟି ଚାରି ଗୋଛିଆ ଗ୍ରାମ ର ରବି ବିନ୍ଧାଣୀ ଙ୍କୁ ଆକ୍ରମଣ କରି ଦଳି ଦେଇଥିଲା

ଫଳରେ ଉକ୍ତ ଯୁବକ ସଂଜ୍ଞାହୀନ ହୋଇ ପଡିଥିଲେ, ଆଉ ଜଣେ ଯୁବକ କୌଶଳ କ୍ରମେ ଖସି ଯାଇ ଗ୍ରାମ ବାସୀଙ୍କୁ ଡାକିଲେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ସଂଜ୍ଞାହୀନ ଯୁବକଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସ୍ଵାସ୍ଥ୍ୟ କେନ୍ଦ୍ର ରେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ପହଞ୍ଚି ମୃତ ଯୁବକ ଙ୍କ ପରିବାର ତୁରନ୍ତ ସରକାରୀ ସାହାଯ୍ଯ ଯୋଗାଇବା କୁ ଜଙ୍ଗଲ ବିଭାଗକୁ ନିଇ ଦେଇଥିଲେ।

Exit mobile version