ସାଗରଗାଁରେ ବଜେପି ସାଂଗଠନିକ ବୈଠକ  

୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ବୋଲଗଡ  :->  ବୋଲଗଡ ବ୍ଲକ ଅନ୍ତର୍ଗତ ବିଜେପି ପାଞ୍ଚଗଡ଼ ମଣ୍ଡଳ ସଭାପତି ସୁମନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସାଗରଗାଁ ପଞ୍ଚାୟତ ଠାରେ ସମସ୍ତ ପାଞ୍ଚଗଡ଼ ମଣ୍ଡଳର ସମସ୍ତ ପଞ୍ଚାୟତର ମୁଖ୍ୟ ସାଙ୍ଗଠନିକ କାର୍ଯ୍ୟ କର୍ତ୍ତା ଏବଂ ନୂତନ କାର୍ଯ୍ୟକାରୀଙ୍କୁ ନେଇ ସଫଳତା ପୂର୍ବକ ସଭା ସମାପନ ହୋଇଥିଲା । ଏହି ସଭାରେ ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ଶୁଭସ୍ମିତା ମାନ୍ଧାତା (ମହିଳା ମୋର୍ଚ୍ଚା ସଭାପତି), କାହ୍ନୁ ଚରଣ ପ୍ରଧାନ, ଗଗନ ବିହାରୀ ପ୍ରଧାନ, ବଲ୍ଳଭ ଲେଙ୍କା, ମନୋଜ କୁମାର ଜେନା,

ପୂର୍ଣ୍ଣ ଚନ୍ଦ୍ର ରାଉତ, ରଞ୍ଜନ ମାର୍ଥା, ରଙ୍କନିଧି ଜେନାଙ୍କ ସହ କିଛି ନୂତନ କାର୍ଯ୍ୟକର୍ତ୍ତା ସହଯୋଗ କରି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ସଭାଟିର ମୁଖ୍ୟ ଅଭିପ୍ରାୟ ପଞ୍ଚାୟତ ଗୁଡିକର ବିକାଶ, ପ୍ରତ୍ୟେକ ପଞ୍ଚାୟତରେ ସଂଗଠନ ସୁଦୃଢ କରିବା, ସଂଗଠନରେ ନୂତନ ସଂଗଠନକାରୀଙ୍କ ଚୟନ ପ୍ରକିୟା ଆଦି ମୁଖ୍ୟ କାରଣ ଥିଲା । ଏହି ବୈଠକରେସାଗର ଗାଁ ଗ୍ରାମ ପଞ୍ଚାୟତର ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ।

Exit mobile version