
୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ସୋମବାର ଠାରୁ ଆରମ୍ଭ ହୋଇଛି ବନ ସୁରକ୍ଷା ସପ୍ତାହ l ଏକ ସପ୍ତାହ ଧରି ଚାଲିବା ପାଇଁ ଥିବା ଏହି କାର୍ଯ୍ୟକ୍ରମ ର ପ୍ରଥମ ଦିନରେ ବନ ବିଭାଗ କର୍ମଚାରୀ ମୋହନା ରେଞ୍ଜ ର ବିଭିନ୍ନ ଗ୍ରାମ ଏବଂ ଏବଂ ସରକାରୀ କାର୍ଯ୍ୟାଳୟ କୁ ଯାଇ ଚାରା ବଣ୍ଟନ କରିଛନ୍ତି l ଚାରା ରୋପଣ ସହ ଏହାର ସୁରକ୍ଷା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ବନ କର୍ମଚାରୀ l ବର୍ତ୍ତମାନ କେନ୍ଦ୍ର ସରକାର ଙ୍କ ବୃକ୍ଷ ରୋପଣ ପାଇଁ ନାରା ରହିଛି ” ୱାନ୍ ମାନ୍ ପ୍ଲାଣ୍ଟ ସେଭେନ୍” ଏହି ନାରା ମାଧ୍ୟମରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯିବ l ମୋହନା ବନ ବିଭାଗ ର ବିଭିନ୍ନ ନର୍ସରୀ ରେ ୬୨ହଜାର ବିଭିନ୍ନ ପ୍ରକାର ର ଚାରା ରହିଛି ପର୍ଯ୍ୟାୟ କ୍ରମେ ସେଗୁଡିକ ବଣ୍ଟନ କରାଯିବ l

