ଓଡ଼ିଶା ର ସର୍ବୋତ୍ତମ ସାମାଜିକ କର୍ମୀ ଭାବେ ପୁରସ୍କୃତ ହେଲେ ଜିତେନ୍ଦ୍ର

୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଆର,ଉଦୟଗିରି :-> ଓଡ଼ିଶା ର ସର୍ବୋତ୍ତମ ସାମାଜିକ କର୍ମୀ ଭାବେ ପୁରସ୍କୃତ ଦିଆଯାଇଛି ଗଜପତି ଜିଲ୍ଲା ମୋହନା ସହର ର ଜିତେନ୍ଦ୍ର କୁମାର ବେହେରା ଙ୍କୁ। ଜୀତେନ୍ଦ୍ର ଦୀର୍ଘ ୨୦ ବର୍ଷ ଧରି ବିଭିନ୍ନ ସାମାଜିକ କ୍ଷେତ୍ର ରେ ନିଜକୁ ଯୋଡ଼ି ହେବା ସହ ବର୍ତ୍ତମାନ ଦୀର୍ଘ ୧୮ ବର୍ଷ ହେବ ମହାରାଜା କୃଷ୍ଣଚନ୍ଦ୍ର ଯୁବକ ସଂଘ ର ସମ୍ପାଦକ, ମୋହନା ବନ ସୁରକ୍ଷା ସମିତି ର ସମ୍ପାଦକ, ଦଳିତ ଖାଲାସୀ ସଙ୍ଘ ର ସମ୍ପାଦକ ଓ ମୋହନା ଥାନା ରେ ଏତଲା ଲେଖିବା ଭଳି ବିଭିନ୍ନ ସାଂଗଠନିକ କାର୍ଯ୍ୟ କରି ଆସୁଛନ୍ତି ।

ସାମାଜିକ କାର୍ଯ୍ୟ ରେ ବହୁ ପୁରସ୍କାର ପାଇବା ସହ ୨୦୨୨ ମସିହାରେ ଜଙ୍ଗଲ ସୁରକ୍ଷା କୁ ନେଇ ସରକାର ଙ୍କ ତରଫରୁ ପ୍ରକୃତି ମିତ୍ର ପୁରସ୍କାର ସହ ନଗଦ ଦଶ ହଜାର ଟଙ୍କା ତାଙ୍କୁ ଦିଆଯାଇଥିଲା। ସେହିଭଳି ମୋହନା ବ୍ଲକ ତରଫରୁ ଯୁବ ସମାଜସେବୀ ଭାବେ ପୁରସ୍କୃତ କରାଯାଇଥିଲା।

ଯାହା ଫଳରେ ବିଭିନ୍ନ ଦକ୍ଷତା ଓ ସମାଜ ରେ ଜନ କଲ୍ୟାଣ କାର୍ଯ୍ୟ କୁ ଦେଖି ୱରାଲ୍ଡ ଚାରିଟି ୱେଲ୍ଫର୍ ଫାଉଣ୍ଡେସନ ଦିଲ୍ଲୀ ତରଫରୁ କଟକ ସହର ରେ ଥିବା ସତାଦ୍ଧି ଭବନରେ ଓଡ଼ିଶା ର ସର୍ବୋତ୍ତମ ସାମାଜିକ କର୍ମୀ ଭାବେ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ କଟକ ସଦର ବିଧାୟକ ପ୍ରସାଦ ଚନ୍ଦ୍ର ସେଠୀ, ଆୟୋଜକ ଅମର କୁମାର ବାଗ , IWOVA ସମ୍ପାଦକ ରଶ୍ମିତା ଟେଟେ, OSDଡାକ୍ତର ହରିହର କାନୁନଗୋ ଭଳି ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

Exit mobile version