ମହେନ୍ଦ୍ରଗଡ଼ କାର୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ

୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :->  ଜିଲ୍ଲା ପ୍ରଶାସନ ତରଫରୁ ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି |  ଏହି ଶିବିରରେ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ | ବିଭାଗୀୟ କର୍ମଚାରୀ ଶ୍ରୀ ଲକ୍ଷ୍ମଣ କୁମାର ଶବର ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ,ବିଦ୍ୟାଳୟର ଶିକ୍ଷକ କର୍ମଚାରୀବୃନ୍ଦ, ଛାତ୍ର ଛାତ୍ରୀ ବୃନ୍ଦଙ୍କ ସହ ବହୁ ଅଭିଭାବକ ଯୋଗ ଦେଇଥିଲେ |

ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ସ୍ୱଳ୍ପ ସଂଚୟର ଉପାଦେୟତା ମାନ୍ୟବର ସରକାରଙ୍କ ବିଭିନ୍ନ ଯୋଜନା ଯଥା ଆବର୍ତ୍ତିଜମା (RD),ମାସିକଆୟ ଯୋଜନା(MIS), କିସାନ ବିକାଶ ପତ୍ର(KVP), ସୁକନ୍ୟା ସମୃଦ୍ଧି ଯୋଜନା, ମହିଳା ସମ୍ମାନ ଯୋଜନା, ଡାକଘର ଜୀବନ ବୀମା(RPLI),ଲଟେରୀ ବ୍ୟବସ୍ଥା ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ | ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ପାଢ଼ୀ ସାଇବର ଲୁଟେରା ପ୍ରତି ସାବଧାନ ରହି କେବଳ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଅର୍ଥ ଜମା କରିବା ପାଇଁ ପରାମର୍ଶ ଦେଇଥିଲେ | ସରକାରଙ୍କର ଲଟେରୀ ବ୍ୟବସ୍ଥା ଓ ଆମ ଜିଲ୍ଲାରେ ଚଳିତ ବର୍ଷ ସର୍ବାଧିକ ଲଟେରୀ କୂପନ କାଟିଥିବା ପ୍ରକାଶ କରିଥିଲେ |

ସମସ୍ତ ଛାତ୍ର ଛାତ୍ରୀ ମାନେ ନିକଟସ୍ଥ ଡାକ ଘରେ ସଂଚୟ ଜମା ଖାତା ଖୋଲିବା ପାଇଁ ପରାମର୍ଶ ଦେଇଥିଲେ | ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଦୀପା ପାଣି ଓ ଷ୍ଟେଲା ପ୍ରଧାନ ସ୍ୱଳ୍ପ ସଂଚୟ ବିଷୟରେ ବକ୍ତୃତା ଦେଇଥିବାରୁ ମୁଖ୍ୟ ଅତିଥି ଉଭୟ ଙ୍କୁ ପୁରସ୍କୃତ କରିଥିଲେ | ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ | କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ପରିସରରେ DSSO ଶ୍ରୀ ପାଢ଼ୀ ବୃକ୍ଷ ରୋପଣ କରିଥିଲେ |

Exit mobile version