ଲାଞ୍ଚ ନେବାବେଳେ ଧରାପଡିଲେ ସିକୋ ରାଜସ୍ବ ନୀରିକ୍ଷକ

୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣତିର-ଲୋକିପୁର ମଧ୍ୟବର୍ତ୍ତୀ ସ୍ଥାନରେ ବ୍ୟକ୍ତିଗତ ଜମିରେ ଥିବା ଏକ ଜଙ୍ଗଲରୁ କେରଙ୍ଗ ପଞ୍ଚାୟତ ଅନ୍ତର୍ଗତ କୁମ୍ଭିଲୋ ଗ୍ରାମର ଦିପୁ ନାମକ ଜନୈକ ବ୍ୟକ୍ତି ଗଛ କାଟୁଥିବା ବେଳେ ଦୁଇଜଣ ବ୍ୟକ୍ତି ଗଛକଟା ମେସିନଟିକୁ ଜବତ କରିବା ସହ ୧ ଲକ୍ଷ ୨୦ ହଜାର ଟଙ୍କାର ଯୋରିମାନା  ହୋଇଥିବାରୁ କେଶର ସମାଧାନ କରିବା ପାଇଁ ସିକୋ ରାଜସ୍ବ ନୀରିକ୍ଷକ ବିଶେଶ୍ୱର ରାୟ ବେହେରା ୨୦ ହଜାର ଟଙ୍କା ଲାଞ୍ଚ ଦେବା ପାଇଁ କହିଥିଲେ ।

ପରେ ଯୋଜନା ଅନୁଯାଇ ଦିପୁ ଭିଜିଲାନସ ବିଭାଗ କର୍ମଚାରୀଙ୍କ ଠାରୁ ରଙ୍ଗ ବୋଳା ହୋଇଥିବା ୨୦ ହଜାର ଟଙ୍କା ଧରି ଶୁକ୍ରବାର ଦିନ ପୂର୍ବାହ୍ନରେ ପହଂଚି ଦାବି ମୁତାବକ ଅର୍ଥ ଦେଇ ଥିଲେ । ତତକ୍ଷଣାତ ଭିଜିଲାନ୍ସ  କର୍ମଚାରୀ  ପଂହଁଚି  ରଙ୍ଗବୋଳା ଟଙ୍କା ଜବତ କରିବା ସହ ଗିରଫ କରି  ନେଇଯାଇଥିଲେ । ଏ ସମ୍ପର୍କରେ ଭିଜିଲାନ୍ସ କର୍ମଚାରୀଙ୍କ ସହିତ ଯୋଗାଯୋଗ କରିବାରେ କୌଣସି ତଥ୍ୟ ଦେବା ପାଇଁ ମନା କରି ଦେଇଥିଲେ l

Exit mobile version