Home ଓଡ଼ିଶା ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ପ୍ରତିଯୋଗିତା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ଵାଇଁଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ବିଭାଗ,କନିଷ୍ଠ ବିଭାଗ ଓ ଉପ କନିଷ୍ଠ ବିଭାଗ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଯଥାକ୍ରମେ ବକ୍ତୃତା ,ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ବରିଷ୍ଠ ବିଭାଗରେ ବିଚିତ୍ର କୁମାର ଘଡେଇ ଓ ଦିପ୍ତିରଞ୍ଜନ ଦାସ ,କନିଷ୍ଠ ବିଭାଗରେ ସ୍ମିତାସିନ୍ଧୁ ମହାପାତ୍ର ଓ ବିଭୁ ପ୍ରସାଦ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଏବଂ ଉପ କନିଷ୍ଠ ବିଭାଗରେ ନମିତା ସାହୁଙ୍କ ତତ୍ତ୍ଵାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସହକାରୀ ଶିକ୍ଷୟିତ୍ରୀ ଶୈଵାଳିକା ମଲ୍ଲିକ ଓ କ୍ରୀଡ଼ା ଶିକ୍ଷକ ଅଂଶୁମାନ ଧଳ ବରିଷ୍ଠ ବିଭାଗରେ, ସହକାରୀ ଶିକ୍ଷକ ଶ୍ରୋତାଲିନୀ ସାହୁ ଓ ସୌଦାମିନୀ ପରିଡା କନିଷ୍ଠ ବିଭାଗରେ, ସହକାରୀ ଶିକ୍ଷକ ବିଶ୍ଵଜିତ ସରୋଜ କୁମାର ଓ ଶିକ୍ଷୟିତ୍ରୀ ସୌଦାମିନୀ ସୁବୁଦ୍ଧି ଯଥାକ୍ରମେ ଉପ କନିଷ୍ଠ ବିଭାଗରେ ବିଚାରକ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ବରିଷ୍ଠ ବିଭାଗରେ ସମ୍ପନ୍ନ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ଦଶମ ଶ୍ରେଣୀର ଶୁଭଶ୍ରୀ ପଣ୍ଡା , ନବମ ଶ୍ରେଣୀର ଭବସ୍ମିତା ମଙ୍ଗରାଜ , ଦଶମ ଶ୍ରେଣୀର ଓମ ପ୍ରକାଶ ନାୟକ,କନିଷ୍ଠ ବିଭାଗରେ ସମ୍ପନ୍ନ ହୋଇଥିବା ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଅଷ୍ଟମ ଶ୍ରେଣୀର ଶୁଭଂକର ପୃଷ୍ଟି ,ବିଶ୍ଵଜିତ ଦେଓ ଓ ବିଷ୍ଣୁପ୍ରସାଦ ସାଥୁଆ ଓ ଉପ କନିଷ୍ଠ ବିଭାଗରେ ସମ୍ପନ୍ନ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ଚତୁର୍ଥ ଶ୍ରେଣୀର ସୌମ୍ୟାଶ୍ରୀ ସେନାପତି, ପଞ୍ଚମ ଶ୍ରେଣୀର କ୍ଷୀରାବ୍ଧି ତନୟା ପ୍ରଧାନ ଓ ଜାଗୃତି ପ୍ରଭା ସାହୁ ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ନେହଲତା ପାଇକରାୟ ,ଶିଵ ପ୍ରଧାନ ଓ ସଂବିତ କେଦାର କର ସହଯୋଗ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026