Home ଓଡ଼ିଶା ଆସନ୍ତା ଜୁଲାଇ ୨୫ ତାରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ, ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଭବାନୀପାଟଣା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଓ କନିଷ୍ଠ ବିଭାଗରେ ଓଡ଼ିଆ ପ୍ରବନ୍ଧ, ଓଡ଼ିଆ ବକ୍ତୃତା, ଓଡ଼ିଆ କବିତା ଆବୃତ୍ତି ଏବଂ ସାଧାରଣ ଜ୍ଞାନ ଓ ଇଂରାଜୀରୁ ଓଡ଼ିଆ ଅନୁବାଦ ପ୍ରତିଯୋଗିତାରେ ଜିଲ୍ଲାର ୧୩ଗୋଟି ବ୍ଲକରୁ ପ୍ରଥମ ହୋଇ ଆସିଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ଗାଳ୍ପିକ ସୁକାନ୍ତ ସାହୁ, ପ୍ରକାଶ ନିଶଙ୍କ, ସୁଧୀର ଧଙ୍ଗଡ଼ାମାଝୀ, ଡିଲେଶ୍ୱର ରଣା, କବି ଲଳିତ କାନୁନଗୋ, ବିରଞ୍ଚି ନାରାୟଣ ମୁଣ୍ଡ, ବିଭୂତି ଭୂଷଣ ଠାକୁର, ମକୁନ୍ଦ ନାଏକ, ବନଶ୍ରୀ ଦାଶ, ସ୍ଵପ୍ନା ପ୍ରଧାନ, ସ୍ଵପ୍ନା ସେଠୀ, ଦୀପ୍ତିମୟୀ ସୁନାନୀ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ମନୋଜ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ୍, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ଜନତା ଉଚ୍ଚ ବିଦ୍ୟାଳୟ ବୋର୍ଡାର ପ୍ରଧାନଶିକ୍ଷକ ପ୍ରକାଶ ନିଶଙ୍କ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବବିତା ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ। କବି ବିରଞ୍ଚି ନାରାୟଣ ମୁଣ୍ଡ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ସୋମନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତିଯୋଗୀତାରେ ପ୍ରଥମ ହୋଇଥିବା କନିଷ୍ଠ ବର୍ଗ ଛାତ୍ର ଛାତ୍ରୀ ମାନେ ଆସନ୍ତା ଜୁଲାଇ ୧୪ ତାରିଖ ଏବଂ ବରିଷ୍ଠ ବର୍ଗ ଛାତ୍ର ଛାତ୍ରୀ ମାନେ ଜୁଲାଇ ୧୭ ତାରିଖରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ।ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ତ୍ରିନାଥ ପାଢ଼ୀ, ଗୁଣସାଗର ସାହୁ, ଅଜିତ ଚନ୍ଦନ, ଶଙ୍କର ଦିଶାରୀ, ଶିକ୍ଷକ ଅଜୟ କୁମାର ସାହୁ ପ୍ରମୁଖ ସାହାଯ୍ୟ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ସୂଚନା ଦେଇଛନ୍ତି। Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ by Proprietor Abhimanyu Maharana September 18, 2026 ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ by Proprietor Abhimanyu Maharana September 18, 2026 ତାରିଣୀପୀଠରେ ଶତାଧିକ କୃଷକଙ୍କ ସମାଗମ ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ by Proprietor Abhimanyu Maharana September 18, 2026 ନୟାଗଡ଼ରେ ବିଜେପିର ମିଶ୍ରଣ ପର୍ବ : ପଦ୍ମ ଧରିଲେ ବିରୁଡ଼ା ପଞ୍ଚାୟତର ବିଜେଡି କର୍ମୀ by Proprietor Abhimanyu Maharana September 18, 2026 ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତିର ଗବେଷଣା ପାଇଁ ସମର୍ପିତ ଥିଲେ ପଣ୍ଡିତ ବିନାୟକ ମିଶ୍ର by Proprietor Abhimanyu Maharana September 18, 2026 ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026