କାକଟପୁର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେନ୍ଦ୍ର ନାଥ ନାୟକ ଙ୍କ ଦେହାନ୍ତ

୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା/କାକଟପୁର :->  କାକଟପୁର ନିର୍ବାଚନ ମଣ୍ଡଳୀରେ ଏକ ଅପୂରଣୀୟ କ୍ଷତି । କାକଟପୁର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେନ୍ଦ୍ର ନାଥ ନାୟକ ଙ୍କ ଦେହାନ୍ତ।ସେ ଦୀର୍ଘ ଦିନ ହେବ ରୋଗଶଯ୍ୟାରେ ପଡିରହ ଥିବାବେଳେ ଆଜି ସକାଳ ସମୟରେ ଭୁବନେଶ୍ବର ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ତାଙ୍କର ଦେହାନ୍ତ ଖବରପାଇ ବିଭିନ୍ନ ରାଜନୈତିକ ଦଳରେ ଏକ ପ୍ରକାର ଶୋକରଛାୟା ଖେଳିଯାଇଥିବାବେଳେ କାକଟପୁର, ନିମାପଡ଼ା ଗୋପ ନିର୍ବାଚନ ମଣ୍ଡଳୀର ସେ ଥିଲେ ରାଜନୈତିକ କ୍ଷେତ୍ରରେ ଧୁରନ୍ଧର ତାଙ୍କୁ କାକଟପୁର ରାଜନୀତି ପିତାମହ ଭୀଷ୍ମ ଭାବରେ ଅଭିହିତ କରାଯାଇଥିଲା ।

ସେ କାକଟପୁର ର ବିଧାୟକ ଭାବରେ କାକଟପୁର ର ଅନେକ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରିଯାଇଛନ୍ତି ତା ସହିତ ସେ ମନ୍ତ୍ରୀ ହୋଇ ଓଡ଼ିଶା ପାଇଁ ଅତୁଳନୀୟ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇ ସଠିକ୍ ଭାବରେ ତୁଲାଇଥିଲେ । ସେ ମଧ୍ୟ ବିଧାନ ସଭାରେ ଉପବାଚସ୍ପତି ଭାବରେ ଦାୟିତ୍ୱ ତୁଲାଇଥିଲେ । ସେ କାକଟପୁର ହେଉ ଅବା ଓଡିଶା ପାଇଁ ହେଉ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କରିଥିଲେ ତାଙ୍କର ପରଲୋକ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି କହିଛନ୍ତି ।

ମହାପ୍ରଭୁଙ୍କ ନିକଟରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।ସେହି ଭାବରେ ନିମାପଡ଼ା ପୂର୍ବତନ ମନ୍ତ୍ରୀ ତଥା ଏବେକାର ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାଶ ମଧ୍ୟ ଏହି ଦୁଃଖଦ ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକ ପ୍ରକାଶ କରିିଛନ୍ତି । ଏବଂ ତାଙ୍କର ଜିଲ୍ଲା ଓ କାକଟପୁର ନିମାପଡ଼ା ପାଇଁ ଅବଦାନ ଅତୁଳନୀୟ ଓ ଚିର ସ୍ମରଣୀୟ । ଏହି ଦୁଃଖଦ ସମୟରେ ତାଙ୍କ ପରିବାରର ଧର୍ଯ୍ୟ କାମନା କରିଛନ୍ତି ଶ୍ରୀଯୁକ୍ତ ଦାଶ । ଏଭଳି ପ୍ରିୟ ନେତାଙ୍କୁ ହରାଇଥିବାରୁ କାକଟପୁର ଅଞ୍ଚଳବାସୀ ମର୍ମାହତ ହେବା ସହ ଶେଷ ଦର୍ଶନ କରିବାକୁ ତାଙ୍କ ଅନ୍ତିମ ଶୋଭାଯାତ୍ରା କୁ ଅପେକ୍ଷା କରି ରହିଛନ୍ତି । ଏବଂ ସାରା କାକଟପୁର ଓ ନିମାପଡ଼ା ଏକ ପ୍ରକାର ଲୋକାରଣ୍ୟ ହେବା ସହ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି .

Exit mobile version