Home ଓଡ଼ିଶା ତିର୍ତୋଲ ବିଧାୟକ ଡ଼. ରମାକାନ୍ତ ଭୋଇ : ଦେବୀ ନଦୀ ବାମ ପଟ ବନ୍ଧ ବୁଲି କାର୍ଯ୍ୟ ତଦାରଖ କଲେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଶଙ୍ଖାରି ସାହି ସେକ୍ସନ ସହକାରୀ ଯନ୍ତ୍ରୀ ବେହେରା ଏଠାରେ 10ବର୍ଷ ଓ ଏହି ସବଡ଼ିଭିଜନ ରେ 15ବର୍ଷ ରହିଲେଣି ନାମକୁ ମାତ୍ର ମାସକୁ ଛ ରୁ ସାତ ଥର ଅଫିସ ଆସନ୍ତି ଘରେ ବସି ଦରମା ନିଅନ୍ତି ଓ ବିଲ କରନ୍ତି l ୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଜଗତସିଂହପୁର ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଙ୍କ ଅଧୀନରେ ଥିବା ବାଇଶି ମୌଜା ଶଙ୍ଖାରି ସାହି ସେକ୍ସନ ରେ ଚାଲିଥିବା ଦେବୀ ନଦୀ ର ବାମ ପଟ ବନ୍ଧ ଦୃଢ଼ୀ କରଣ ଓ ପ୍ରଶସ୍ତି କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହେଉ ଥିବା କଥା ତିର୍ତୋଲ ବିଧାୟକ ଡ଼. ରମାକାନ୍ତ ଭୋଇ ଙ୍କ ପାଖରେ ପହଂଚି ଵା ପରେ ଵିଧlୟକ ଭୋଇ ବୁଧବାର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ କୁମାର ମହାନ୍ତି, ବିଲୁଆଖାଇ କେନାଲ ସବଡ଼ିଭିଜନ ସହକାରୀ ଯନ୍ତ୍ରୀ ରାଜ କିଶୋର ସାହୁ, ଓ ଶଙ୍ଖାରି ସାହି ସେକ୍ସନ ର ସହକାରୀ ଯନ୍ତ୍ରୀ ସାଗରୀକା ବେହେରା ଙ୍କୁ ନେଇ ନଦୀ ବନ୍ଧ ପରିଦର୍ଶନ କରି ଥିଲେ lତାଙ୍କସହ ବହୁ ଚାଷୀ ଜନସାଧାରଣ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ l ଏହି କାର୍ଯ୍ୟର ଆକଳନ ହେଉଛି 4କୋଟି 45 ଲକ୍ଷ, ବନ୍ଧର ଲମ୍ବା 7.5କିମି l ବନ୍ଧର କାର୍ଯ୍ୟ କଠିନ ମାଟି ପଡି ଉଚ୍ଚା ଚଉଡା ହେବାସହ ମେଟାଲିଂ ପିଚୁ ହେବାର ନିୟମ ଥିଲାବେଳେ ଠିକାଦାର ସଠିକ କାମ କରି ନାହିଁ l ବନ୍ଧରେ ବାଲି ମାଟି ପକାଇବା ଦ୍ୱାରା ଅସରାଇ ବର୍ଷାରେ ମାଟି ତଳେl ପିଚୁ ଦବି ଖାଲ ରାସ୍ତା ପୁରା ଦବି ଯାଇଛି l କାରଣ ମାଟି ଗୁଡିକ ପାଣିପଡ଼ି ଚାପାଯାଇନି ଫଳରେ ଏଭଳି ଘଟିଛି ଅନୁ ବିଧାୟକ ଡ଼. ଭୋଇ କାର୍ଯ୍ୟ ଦେଖି ସହକାରୀ ଯନ୍ତ୍ରୀ ବେହେରା ଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି l ଶଙ୍ଖାରି ସାହି ସେକ୍ସନ ସହକାରୀ ଯନ୍ତ୍ରୀ ବେହେରା ଏଠାରେ 10ବର୍ଷ ଓ ଏହି ସବଡ଼ିଭିଜନ ରେ 15ବର୍ଷ ରହିଲେଣି ନାମକୁ ମାତ୍ର ମାସକୁ ଛ ରୁ ସାତ ଥର ଅଫିସ ଆସନ୍ତି ଘରେ ବସି ଦରମା ନିଅନ୍ତି ଓ ବିଲ କରନ୍ତି l ଏକଥା ଜଳସେଚନ ବିଭାଗ ଉଚ୍ଚ ପଦସ୍ତ ଅଧିକାରୀ ଙ୍କୁ ଅବଗତ କରାଯାଇଛି ହେଲେ ଫଳ ଶୂନ l ଉକ୍ତ କାର୍ଯ୍ୟ ଆକଳନ ମୁତାବକ କାର୍ଯ୍ୟ ସରିଲା ପରେ ବିଲ କରିବାକୁ ଵିଧlୟକ ଡ଼. ଭୋଇ ଅଧିକାରୀମାଙ୍କୁ କହିଛନ୍ତି ତେବେ ସହକାରୀ ଯନ୍ତ୍ରୀ କାହା ବାହୁ ଛାୟା ତଳେ ଏତେ ଦିନ ରହିଛନ୍ତି ତାହା ତଦନ୍ତ ସାପେକ୍ଷ l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026