Home ଓଡ଼ିଶା ରଣପୁର ଦ୍ୱିତୀୟ ଶ୍ରୀକ୍ଷେତ୍ରରେ : ତିନି ରଥକୁ ଉଠିଲା କଳସ, ଓଲଟ ଶୁଆ ଏବଂ ଅଁଳା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ରଣପୁର ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ତିନି ରଥ ନିର୍ମାଣ କାର୍ଯ୍ୟ ପହଞ୍ଚିଛି ଶେଷ ପର୍ଯ୍ୟାୟରେ ୦୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ପ୍ରତି ବର୍ଷ ଭଳି ରଣପୁର ଶ୍ରୀମନ୍ଦିରରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀ ଗୁଣ୍ଡିଚା ଯାତ । ଶ୍ରୀ ଜୀଉ ଙ୍କ ଅନବସର ପରେ ପରେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ସେଥିପାଇଁ ମହାରଣା ସେବକ , ସୁଆଁଶିଆ ସେବକ , ଚିତ୍ର କାରିଗର , ମଣ୍ଡଣି କାରିଗର ମାନଙ୍କ ଦ୍ଵାରା ପ୍ରସ୍ତୁତ ହେଉଛି ତିନି ରଥ । ରଥ ଖଳା ରେ ତିନି ରଥର ନିର୍ମାଣ କାର୍ଯ୍ୟ ଚାଲିଛି । ସର୍ବମୋଟ ୩୦ ଜଣ କାରିଗର ଙ୍କ ଦ୍ଵାରା ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ହୋଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚାଇଲେଣି । ଆଜି ମହାରଣା ସେବକ ମାନେ ତିନି ରଥର ପାରାଭାଡ଼ି ପ୍ରଭାଫ୍ରେମ ରେ ପଟା ପକାଇ ଚକା ଲାଗି ନାହାକ ଉଠି କାର୍ଯ୍ୟ ଶେଷ କରିଛନ୍ତି । ତିନି ରଥର ବେଦୀ ସିଂହାସନ ପ୍ରସ୍ତୁତି ପାଇଁ ରଥ ଚାରି ନାହାକା ଆଗ ଏବଂ ପଛ ଢମକ ରେ ପାଞ୍ଚୋ ଗୋଟି ଲେଖାଏଁ ୨୦ ଫୁଟିଆ ଜଗତପୃଷ୍ଠ ସେଣୀ ପଡ଼ି କଣ୍ଟା ବସିବା ଶେଷ ହୋଇଛି । ବେଦୀ ଚାରି ପାର୍ଶ୍ୱରେ ପଟା ପଡ଼ିବା ଶେଷ ହେବା ପରେ, ବେଦୀ ପରିସରକୁ ବଢ଼ାଇବା ପାଇଁ ସେଣୀ ପତନ ରେ ବେଦୀ ଉଭୟ ପାର୍ଶ୍ବରେ ତିନୋଟି ଲେଖାଏଁ ୬ ଗୋଟି ବାହୁଟ ଫାଳିଆ ପଡ଼ିସାରିଛି । ତାସହ ତିନି ରଥର ଚାରି କୋଣ ବେଦୀ ଚାରି ପଟେ ପଟା ଵାଡିଆ କାର୍ଯ୍ୟ ସାରିଥିବା ବେଳେ ଗଜ , ଚଉତା ଉଠିବା କାର୍ଯ୍ୟ ସରିବା ପରେ ପରେ ଗରା ଉଠିବା କାର୍ଯ୍ୟ ସମାପ୍ତ ହୋଇଛି , ଆଜି ତିନି ରଥରେ ଦୁଆର ବେଢ଼ା ଉଠିବା କାର୍ଯ୍ୟ ଶେଷ ହୋଇଥିବା ବେଳେ ପାର୍ଶ୍ଵ ଦେବାଦେବୀ ଙ୍କ ସହ ସର୍ପ ଯୋଖା ଯିବା କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି । ତିନି ରଥର ଉପର ଭାଗରେ ମଣ୍ଡଳୀ ଗରା ସ୍ଥାପନ କରାଯାଇ ନନ୍ଦିଘୋଷ ରଥରେ ଶ୍ରୀ ହନୁମାନଙ୍କୁ ସ୍ଥାପନା କରାଯାଇଛି । ସେବକ ମାନେ ତିନି ରଥର ହଂସ ପଟା, ଶିଖର ଡମ୍ବରୁ, ଅଁଳା, କନ୍ୟା ପଟା, ଥେକେରା ବାଡ, ୧୫ ରୁ ଉର୍ଦ୍ଧ ପାର୍ଶ୍ଵ ଦେବ ଦେବୀ ମୂର୍ତ୍ତି ରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିବା ସହିତ ରଙ୍ଗ କାରିଗର ମାନଙ୍କ ଦ୍ଵାରା ରଥ ଚକ, କୋଣ ଗୁଜ, ପଟା ଗୁଜ ରେ ରଙ୍ଗ କାର୍ଯ୍ୟ ଜାରୀ ରହିଛି । ମୁଖ୍ୟ ମହାରଣା କବି ମହାରଣା , ସୁଆଁଶିଆ ସେବକ ଗୋବିନ୍ଦ ଚନ୍ଦ୍ର ଦାସ , ଅର୍ଜୁନ ମତ୍ତା , କୃଷ୍ଣ ଚନ୍ଦ୍ର ଦାସ , ସୁକାନ୍ତ ନାୟକ , ସୁରେଶ ନାୟକ , ସୁବାସ ପ୍ରଧାନ , ଜନୁମ୍ ପଟ୍ଟନାୟକ , ଗୋପାଳ ଦାସ , ମୁଖ୍ୟ ଚିତ୍ର କାରିଗର ବଂଶୀଧର ପ୍ରଧାନ , ମଣ୍ଡଣି କାରିଗର ନିରଞ୍ଜନ ମହାପାତ୍ର , ହରିହର ପ୍ରଧାନ ,ସୁକାନ୍ତ ମହାପାତ୍ର , ମାନସ ବାରିକ ଓ ରଙ୍ଗ କାରିଗର ବଂଶୀଧର ପ୍ରଧାନ , ମାନସ ରଞ୍ଜନ ବାରିକ ପ୍ରମୁଖ କାରିଗର ରଥ ନିର୍ମାଣ କାର୍ଯ୍ୟ ସୁଚାରୁ ରୂପେ ଜାରି ରଖିଛନ୍ତି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026