ତିନି ରଥକୁ ଉଠିଲା କଳସ, ଓଲଟ ଶୁଆ ଏବଂ ଅଁଳା


୦୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :->  ସବୁଦିନ ପରି ଆଜି ସକାଳ ଘ.୮.୦୦ ଟିକା ସମୟରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

 

ରଥ ନିର୍ମାଣ ଅଗ୍ରଗତି

(ଗତକାଲି ତିନି ରଥର ଦୁଆର ବେଢ଼ା ଚନ୍ଦ୍ର ଶାଳୀ ରେ ‘ ଧ୍ଵଜବତା ‘ ଫିଟିଙ୍ଗ ସହ ତିନି ରଥରେ ଡ଼ମଣିବତା ଫିଟିଙ୍ଗ ହୋଇଥିଲା….)

ପ୍ରଭା ରେ ରୂପ ଖୋଦେଇ ଶେଷ

ଆଜି ତିନିରଥ ର ପ୍ରଭା ରେ ରୂପ ଖୋଦେଇ କାର୍ଯ୍ୟ ରୂପକାର ସେବକ ମାନେ ସମ୍ପୂର୍ଣ୍ଣ କରି ଚିତ୍ରକାର ସେବକ ମାନଙ୍କୁ ଖୋଦେଇ ରୂପରେ ରଙ୍ଗ ଚିତ୍ର କାର୍ଯ୍ୟ ପାଇଁ ହସ୍ତାନ୍ତର କରିଛନ୍ତି।

ତିନି ରଥକୁ ଉଠିଲା କଳସ, ଓଲଟ ଶୁଆ ଏବଂ ଅଁଳା

ଆଜି ତିନି ରଥ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ମହାରଣା ସେବକ ଏବଂ ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ନେତୃତ୍ବରେ ଭୋଇ ସେବକ ମାନଙ୍କ ସହଯୋଗରେ ଆଜି ତିନି ରଥ କୁ କଳସ,ଓଲଟ ଶୁଆ ଏବଂ ଅଁଳା ଉଠି ରଥ ପୋଟଳ ଖପୁରୀ ରେ ସ୍ଥାପନ କରାଯାଇ କଣ୍ଟା ବସିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି।ଏଥି ସହ ତିନି ରଥର ବେଦୀ ପାର୍ଶ୍ଵ ପଟା ତଳେ ହଂସ ପଟା ବାଡିଆ ସମ୍ପୂର୍ଣ୍ଣ ହୋଇଛି।

*ଏଥିସହ ତିନି ରଥରେ ଘୋଡ଼ା ସେଟିଙ୍ଗ ପାଇଁ ତଥା ଘୋଡାକୁ ମଜବୁତ ଭାବେ ବାନ୍ଧି ରଖିବା ପାଇଁ ଇସ ଏବଂ ଯୁଆଳି ନିର୍ମାଣ ଶେଷ ହୋଇଥିଲା , ଇସରେ ପଖିଆ ବା ଗଣ୍ଠି ଫିଟିଙ୍ଗ ଶେଷ ହୋଇଛି।

ପ୍ରଭା ରେ ରଙ୍ଗ କାର୍ଯ୍ୟ ଆରମ୍ଭ

ଆଜି ଚିତ୍ରକାର ସେବକ ମାନେ ତିନି ରଥର ପ୍ରଭା ରେ ରଙ୍ଗ କାର୍ଯ୍ୟ ପାଇଁ ପ୍ରଭା ଗୁଡିକରେ ଧଳା ପ୍ରାଇମର ବୋଳା ଶେଷ କରିଛନ୍ତି ପାଇମାର ଶୁଖିଲା ପରେ ପ୍ରଭା ରେ ରଙ୍ଗ ଚିତ୍ର ଆଙ୍କିବେ। ( ତାଳଧ୍ଵଜ ରଥ ପ୍ରଭା ରେ ଖୋଦେଇ ରୂପରେ ରଙ୍ଗ ଚିତ୍ର ସହ ପ୍ରଭା ମଝି ଭାଗରେ ପଦ୍ମକଢି ଆଙ୍କିବା ସହ ପ୍ରଭା ଦୁଇ ପାର୍ଶ୍ଵରେ ଶିବ ଏବଂ ନାରଦଙ୍କ ଚିତ୍ର ଦର୍ପ ଦଳନ ପ୍ରଭା ରେ ପଦ୍ମ କାଢି ସହ ଦୁଇ ପଟେ ଗଙ୍ଗା, ଜମୁନାଙ୍କ ଚିତ୍ର ଏବଂ ନନ୍ଦି ଘୋଷ ରଥ ପ୍ରଭା ରେ ପଦ୍ମ କଢି ସହ ଦୁଇ ପାର୍ଶ୍ଵ ରେ ଇନ୍ଦ୍ର ଏବଂ ବ୍ରହ୍ମା ଙ୍କ ଚିତ୍ର ଅଙ୍କନ କରିବେ)

ଏଥିସହ ଚିତ୍ରକାର ସେବକ ମାନେ ନନ୍ଦି ଘୋଷ ରଥର ଚକ, ଦଣ୍ଡା, ଗୁଜ , ବାହ୍ୟ ଅଂଶ ଗୁଡିକରେ ଆବଶ୍ୟକୀୟ ରଙ୍ଗ ଶେଷ କରି ତାଳ ଧ୍ଵଜ ରଥ ଏବଂ ଦର୍ପଦଳନ ରଥର ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ ର ଶେଷ ସ୍ପର୍ଶ ଦେଉଛନ୍ତି, ଏଥିସହ ଘୋଡ଼ା , ସାରଥି ଙ୍କ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।

*ଦରଜୀ ସେବକ ମାନେ ତିନି ରଥର ୧୨ଟି ଚନ୍ଦ୍ର ଶାଳୀ, ୧୨ ଟି ଅଁଳା ଶ୍ରୀ, କନା କାର୍ଯ୍ୟ ଶେଷ ହେବାସହ କନକ ମୁଣ୍ଡି ପାଇଁ ଚାନ୍ଦୁଆ ସହ ଉଡା ଚାନ୍ଦୁଆ ସହ ସାରଥି ପୋଷାକ ନିର୍ମାଣ ଚାଲୁ ରହିଛି।

(ଆଜି କୋଠ ସୁଆଁଶିଆ ସେବକ ମାନେ ରାତ୍ର କାଳରେ ତିନି ରଥରେ କନା ପକା କାର୍ଯ୍ୟ ଆରମ୍ଭ କରିବେ)

*ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର କଳସ କଣ୍ଟା, ଶୁଆ କଣ୍ଟା ଯୋଗାଇ ତିନି ରଥର ପ୍ରଭା ପାଇଁ ୪ ଟି ଲେଖାଏଁ ପ୍ରଭା ବିଡିଆ କଣ୍ଟା ନିର୍ମାଣ ଜାରୀରଖିଛନ୍ତି ।

ତା୦୩.୦୭.୨୦୨୪ ରିଖ,ବୁଧବାର ରଥଖଳା :

ରଥନିର୍ମାନ କାର୍ଯ୍ୟ ୫୪ ତମ ଦିବସ *ତିନି ରଥ ମହାରଣା ସେବକ – ୭୮ *ତିନି ରଥ ଭୋଇ ସେବକ – ୭୭ *ତିନି ରଥ କରତୀ ସେବକ – ୪ *ତିନି ରଥ କମାର ସେବକ – ୧୭ *ତିନି ରଥ ରୂପକାର ସେବକ – ୨୧ *ତିନି ରଥ ଚିତ୍ରକାର ସେବକ – ୪୦ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥ ଖଳା ସହାୟକ – ୧ ମୋଟ – ୨୪୨ ଜଣ

Dt.03.07.2024
HUNDI COLLECTION
CASH:-1,51,091/-
Gold -Nil
Silver – NIl

 (ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)

Exit mobile version