ତିନି ରଥର ନିର୍ମାଣ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ : ତିନିରଥ ରେ ପାର୍ଶ୍ଵ ଦେବ ଦେବୀ ସଂସ୍ଥାପିତ

୦୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ସବୁଦିନପରି ଆଜି ସକାଳ ଘ,.୮.୦୦ ଟିକା ସମୟରେ ରଥ ନିର୍ମାଣ କାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ଉପର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ରଥ ନିର୍ମାଣ ଅଗ୍ରଗତି

(ଗତକାଲି ତିନି ରଥ ରେ କଳସ,ଓଲଟ ଶୁଆ ଏବଂ ଅଁଳା ସ୍ଥାପନ ସହ ପ୍ରଭା ରେ ରୂପ ଖୋଦେଇ ଶେଷ ହୋଇଥିଲା, ଏଥିସହ ଚିତ୍ରକାର ସେବକଙ୍କ ଦ୍ଵାରା ପ୍ରଭା ରେ ରଙ୍ଗ କାର୍ଯ୍ୟ ଆରମ୍ଭ ସହ ତିନି ରଥର ଦୁଆର ବେଢ଼ା ରେ କନା ପକାକାର୍ଯ୍ୟ ଆରମ୍ଭ ହୋଇଥିଲା…)

*ତିନି ରଥର ନିର୍ମାଣ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

ତିନିରଥ ରେ ପାର୍ଶ୍ଵ ଦେବ ଦେବୀ ସଂସ୍ଥାପିତ

ଆଜି ତିନି ରଥର ମହାରଣା ସେବକ ଏବଂ ଭୋଇ ସେବକ ମାନେ ମିଶି ତିନି ରଥର ସମ୍ମୁଖ ଭାଗକୁ ଛାଡି ପ୍ରତି ପାର୍ଶ୍ୱରେ ତିନୋଟି ଲେଖାଏଁ ୯ ଗୋଟି ପାର୍ଶ୍ଵ ଦେବ ଦେବୀ ଙ୍କୁ ଜଳଯନ୍ତ୍ର ଖାପରେ ସେଟିଙ୍ଗ କରି, ଶିଖର ଡମ୍ବରୁ (ଆସ୍ଥାନ) ସଂଯୋଗ କରିଛନ୍ତି ।

*ଚିତ୍ରକାର ସେବକ ମାନେ ତିନି ରଥ ପ୍ରଭା ଗୁଡ଼ିକର ରୂପ ଖୋଦେଇ ଅଂଶରେ ରଙ୍ଗ ଚିତ୍ର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।

*ନନ୍ଦି ଘୋଷ ରଥ ବେଦୀ ସିଂହାସନ ଚାରି ପଟେ ଗାଈ ଗୋଠ ଚିତ୍ର ଅଙ୍କନ ଶେଷ ହେବାସହ ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ବେଦୀ ସିଂହାସନ ଚାରିପାଖରେ ଗାଈ ଗୋଠ ଚିତ୍ର ଅଙ୍କନ ଜାରୀ ରହିଛି।

*ଚିତ୍ର କାର ସେବକ ମାନେ ତିନି ରଥର ଘୋଡ଼ା, ସାରଥି, ସକ୍ଷୀ ଇତ୍ୟାଦିର ରଙ୍ଗ କାର୍ଯ୍ୟ ସମେତ ତିନି ରଥର ବାହ୍ୟ ଅଂଶର ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।

*ତିନି ରଥର ଦୁଇଟି ଲେଖାଏଁ ବ୍ରେକ ପୁଲି ଲାଗିବା ସହ ବ୍ରେକ ଗୁଡିକର ତଳ ପାର୍ଶ୍ଵ ଆବଶ୍ୟକୀୟ ମରାମତି ସହ ଲାଗିଥିବା ରବର ମ୍ୟାଟ ବଦଳାଯାଇ ନୂଆ ରବର୍ ମ୍ୟାଟ ପଡ଼ି କଣ୍ଟା ପଡ଼ିବା ଶେଷ ହୋଇଅଛି। ରଙ୍ଗ କାର୍ଯ୍ୟ ବାକି ରହିଛି।

*ଦରଜୀ ସେବକ ମାନେ ରଥ କନା କାର୍ଯ୍ୟ ଶେଷ କରି, ରଥ ଉପରେ କନା ପଡ଼ିବା ପାଇଁ କନା ଯୋଡଣି କାର୍ଯ୍ୟ ଶେଷ କରି, ଉଡା ଛନ୍ଦୁଆ, ସାରଥି ପୋଷାକ, ବିଜେ ଚକାପାଇଁ ବାନାରସି ଜରି କନା ଖୋଳ ଏବଂ ଠାକୁରଙ୍କ ପିଠି ଏବଂ ମସ୍ତକ ପଶ୍ଚାତ ଭାଗ ପାଇଁ ଅପସର ତକିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।

*ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ପ୍ରଭା ବିଡିଆ କଣ୍ଟା ,ବ୍ରେକ କଣ୍ଟା ସହ ଭୋଇ ସେବକ ଏବଂ କୋଠ ସୁଆଁସିଆ ସେବକ ମାନଙ୍କ ପାଇଁ ଆବଶ୍ୟକୀୟ କଟୁରୀ ନିର୍ମାଣ ଶେଷ କରିଛନ୍ତି।

ତା୦୪.୦୭.୨୦୨୪ରିଖ,ଗୁରୁବାର ରଥଖଳା :

ରଥ ନିର୍ମାଣ କାର୍ଯ୍ୟ ୫୫ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନି ରଥ ମହାରଣା ସେବକ – ୭୮ *ତିନି ରଥ ଭୋଇ ସେବକ – ୭୭ *ତିନି ରଥ କରତୀ ସେବକ – ୪ *ତିନି ରଥ କମାର ସେବକ – ୧୭ *ତିନି ରଥ ରୂପକାର ସେବକ – ୨୧ *ତିନି ରଥ ଚିତ୍ରକାର ସେବକ – ୪୦ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥ ଖଳା ସହାୟକ – ୧ ମୋଟ – ୨୪୨ ଜଣ

Dt.04.07.2024
HUNDI COLLECTION
CASH: 58,302/-
Gold -Nil
Silver – NIl

 (ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)

Exit mobile version