ବୁଲେଟ ଦୁର୍ଘଟଣା ରେ ଜଣେ ମୃତ – ଜଣେ ଗୁରୁତର

୦୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଚାନ୍ଦପୁର :-> 16 ନମ୍ବର ଜାତୀୟ ରାଜପଥ  ବେଣ୍ଟ ଛକରେ   ବୁଲେଟ ଦୁର୍ଘଟଣା । ବୁଲେଟ ଦୁର୍ଘଟଣାରେ ଜଣେ ମୃତ  ଓ ଅନ୍ୟ ଜଣେ ଗୁରୁତର । ଗୁରୁତର ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ରେ ଭର୍ତ୍ତି କରିଛନ୍ତି । ପରେ ଅବସ୍ଥା ସଂକ୍ତାପନ୍ନ ହେବାରୁ ତାଙ୍କୁ ଟାଙ୍ଗୀ ରୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟ ପଟେ ମୃତକ ଙ୍କ ନାମ  ନିରଞ୍ଜନ ପ୍ରଧାନ ବୟସ ୪୧ ବର୍ଷ ଘର  ପୁରୀ ଜିଲ୍ଲା କଣାସ ଥାନା ଗଡ଼ ଖାରଦ ଗ୍ରାମରେ ବୋଲି ଜଣା ପଡିଛି।ଉଭୟ ବୁଲେଟ ରେ କୁହୁଡି ରୁ ଘରକୁ ଫେରୁଥିବା ବେଳେ ବୁଲେଟ ଟି ବେଣ୍ଟ ଛକ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଦୁର୍ଘଟଣା ର କାରଣ ଜଣା ପଡିନାହିଁ.।ଚାନ୍ଦପୁର ପୋଲିସ ଶବ ସହ ବୁଲେଟ କୁ ଜବତ କରି ଘଟଣା ର ତଦନ୍ତ କରୁଛି ।

Exit mobile version