ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ତହସିଲ କିରାନି ଗୁରୁତର
୦୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ନୟାଗଡ ଜିଲ୍ଲା ଭାପୁର ତହସିଲ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣୀଙ୍କ ସରକାରୀ ବାସଭବନରେ ବୁଧବାର ବିଳମ୍ବିତ ରାତିରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ନିଆଁ ଚାରିଆଡେ ବ୍ୟାପି ଯିବାରୁ ଘରେ ଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା l ଅସବାପତ୍ର ଓ କାଗଜାତ ପୋଡି ପାଉଁଶ ହୋଇଯିବା ସହ ବରିଷ୍ଠ କିରାଣୀ କୈଳାସ ଚନ୍ଦ୍ର ଦାସଙ୍କ ଦେହରେ ନିଆଁ ପଡି ଗୁରୁତର ଆହତ ହୋଇଛନ୍ତି l ଘଟଣାରୁ ପ୍ରକାଶ ଭାପୁର ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ କୈଳାସ ଚନ୍ଦ୍ର ଦାସ ନିଜ ପରିବାର ସହ ସରକାରୀ କ୍ୱଟରରେ ରୁହନ୍ତି ।
