Home ଓଡ଼ିଶା ଜବରଦଖଲକାରୀଙ୍କ କବଜାରେ ସରକାରୀ ଜମି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଜବରଦଖଲ ସ୍ଥାନରେ ବର୍ଷା ଜଳ ଜମିରହୁଛି, ସରପଞ୍ଚ ନିରବ ୦୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ଖୋର୍ଦ୍ଧାଜିଲ୍ଲା ପୂର୍ତ୍ତ ବିଭାଗ ଜନସାଧାରଣମାନଙ୍କ ଯାତାୟାତ ସୁବିଧା ପାଇଁ ୫୭ ନମ୍ବର ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥର ବୋଲଗଡ଼ସ୍ଥିତ ଗୋପବନ୍ଧୁ ଛକଠାରୁ ବୋଲଗଡ଼ ବଜାର ମଧ୍ୟଦେଇ ଏକ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କରାଯାଇଅଛି ! ବଜାରର ବର୍ଷାଜଳ ନିଷ୍କlସନ ପାଇଁ ରାଜ୍ୟସରକାରଙ୍କ ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ଵରେ ଡ୍ରେନେଜ ନିର୍ମାଣ କରିବା ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ନିର୍ମାଣ କରାଗଲା ନlହିଁ ! ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଏହି ଟଙ୍କା ହଡପ କରାଯାଇଛି ବୋଲି ଲୋକମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଅଛନ୍ତି ! ବୋଲଗଡ଼ ବ୍ଲକ ଅଞ୍ଚଳର କେତେକ ଅସାମାଜିକ ଯୁବକମାନେ ବୋଲଗଡ଼ ଥାନା ଛକ ଓ ଡାକଘର ଛକ ସମ୍ମୁଖରେ ଥିବା ସରକାରୀସ୍ଥାନମାନଙ୍କରେ ଜୋରଜବସ୍ତ ଦୋକାନ ଗୃହ ଓ ସ୍ଥାୟୀ ପକlଦୋକାନ ଘର ନିର୍ମାଣ କରି ରାସ୍ତାକୁ ଅବରୋଧ କରି ଭଡା ଲଗାଇଥିବlରୁ ଲୋକମାନେ ଓ ଯାନବାହାନ ଯାତାୟାତ କରିବାରେ ନାନା ଅସୁବିଧା ହେଉଅଛି ! ଜବଦଖଲ ଦୋକାନୀ ଓ ସ୍ଥାୟୀ ପକାଘରମାଲିକ ରାମଚନ୍ଦ୍ର ସାହୁ ଡାକଘର ସମ୍ମୁଖରେ ଜମିରହୁଥିବା ବର୍ଷାଜଳ ନିଷ୍କାସନ ପାଇଁ ରହିଥବା ପୋଲଟିକୁ ଜୋରଜବସ୍ତ ମାଟିପକାଇ ଅବରୋଧ କରିଥବାରୁ ଦୀର୍ଘ ଦିନଧରି ବର୍ଷାଜଳ ଜମିରହୁଛି ! ଫଳରେ ବ୍ୟବସାୟୀ, ଛାତ୍ରଛାତ୍ରୀ ଓ ଜନସାଧାରଣମାନେ ଯାତାୟାତରେ ନାନା ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି ! ଜବରଦଖଲକକାରୀ ରାମଚନ୍ଦ୍ର ସାହୁ ନିଜ ଘରର ରୋଷେଇ ଘର ପାଣି,ଗାଧୁଆଘର ପାଣି ଓ ପାଇଖାନା ଘର ପାଣି ପ୍ରତିଦିନ ସଦାସର୍ବଦା ସର୍ବସାଧାରଣଙ୍କ ରାସ୍ତାଉପରକୁ ଦୃଷିତ ପାଣି ଛାଡୁଥିବାରୁ ଜନସାଧାରଙ୍କ ଯିବାଆସିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ! ଏ ସମ୍ପର୍କରେ ବୋଲଗଡ଼ ବ୍ଲକ ଅଞ୍ଚଳବାସୀ ସ୍ଥାନୀୟ ସରପଞ୍ଚ ସରୋଜିନୀ ସାହୁଙ୍କୁ ଜଣାଇଥିଲେ ମଧ୍ୟ ଲୋକମାନଙ୍କ କଥାକୁ ଗୁରୁତ୍ୱ ନ ଦେଇ ବେଖାତିର କରୁଛନ୍ତି ! ଦୃଷିତ ପାଣି ସର୍ବସାଧାରଣ ରାସ୍ତାରେ ଜମିରହୁଥିବାରୁ ମଶା, ମାଛିଙ୍କ ବଂଶ ବୃଦ୍ଧି ଘଟି ଦୃଗନ୍ଧମୟ ପରିବେଶ ହେବା ସଙ୍ଗେସଙ୍ଗେ ସଂକ୍ରମଣ ରୋଗ ବ୍ୟାପୁଅଛି ! ତେଣୁ ବୋଲଗଡ଼ ତହସିଲଦାର ନିବେଦିତା ପରିଡା ଓ ବିଡ଼ିଓ ଶରତ କୁମାର ମଲ୍ଲିକ ଏଥି ପ୍ରତି ଶୀଘ୍ର ଦୃଷ୍ଟି ଦେଇ ଡାକଘର ଛକରୁ ମେଡିକାଲ ଛକ ପର୍ଯ୍ୟନ୍ତ ଜବରଦଖଲକାରୀ ଦୋକାନୀମାନଙ୍କୁ ହଟାଇ ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନେଜ ସୁବିଧା କରିବାକୁ ସମସ୍ତ ଶିକ୍ଷାବିତ, ଜନସାଧାରଣ, ବୁଦ୍ଧିଜୀବୀ ଓ ସାମ୍ବାଦିକମାନେ ଅନୁରୋଧ କରିଅଛନ୍ତି ! Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026