Home ଓଡ଼ିଶା ପଡ଼ିଆ ଏସଏସଡି ହାଇସ୍କୁଲରେ ୭୫ ତମ ବନ ମହୋତ୍ସବ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ମାଲକାନଗିରି ଜିଲ୍ଲା ସୀମାଵର୍ତ୍ତୀ ପଡ଼ିଆ ବ୍ଲକ ସଦର ମହକୁମାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୭୫ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏଥିପାଇଁ ପଡ଼ିଆ ସ୍ଥିତ ଅନୂସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ବୃକ୍ଷ ରୋପଣ, ଜଙ୍ଗଲ ସୃଷ୍ଟି ଏହାର ଆବଶ୍ୟକତା ଓ ସମ୍ପ୍ରତି ପରିସ୍ଥିତିରେ ପରିବେଶ ସୁରକ୍ଷାରେ ବୃକ୍ଷର ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ବନ ମହୋତ୍ସବ ଅବସରରେ ଏକ୍ ପେଡ ମା କେ ନାମ୍ ସ୍କୋଗାନ୍ ସହ ପ୍ରତ୍ୟକ ବ୍ୟକ୍ତି ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ଦିଗରେ ସଚେତନତା ହେବାକୁ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲାର ଡିଏଫଓ ପ୍ରତାପ କତାପାଲ୍ଲୀ, ଡି ଡବ୍ରୁ ଓ ଶ୍ରୀନିବାସ ଆଚାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀ, କାଳିମେଳା ବନାଞ୍ଚଳ ଅଧିକାରୀ ଟଙ୍କଧର ଦାସ, ପଡ଼ିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଯମୁନା ମୁସାକି, ସରପଞ୍ଚ ଗଙ୍ଗା କାରାମ ଓ ଏସଏସଡି ହାଇସ୍କୁଲ ପ୍ରଧାନ ଶିକ୍ଷକ ଵୁଦୁରା କଵାସୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପଡ଼ିଆ ଏସଏସଡି ହାଇସ୍କୁଲ ପରିସର ସମେତ ଆଖପାଖ ଅଞ୍ଚଳରେ ବୃକ୍ଷ ରୋପଣ କରାଯିବ ସହ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅତିଥି ମାନେ ବୃକ୍ଷ ରୋପଣ ସହ ପରିବେଶ ସୁରକ୍ଷା ଲାଗି ଶପଥ କରିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କାଳିମେଳା ରେଞ୍ଜର ସମସ୍ତ ବନପାଳ, ବନରକ୍ଷୀ, ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ କାଳିମେଳା ବନପାଳ ମୁତ୍ୟୁଞ୍ଜୟ ସେଠୀ ପରିଚାଳନା କରିଥିବା ବେଳେ ସହଯୋଗୀ ସୃଷ୍ଟି ଏନ୍ ଜିଓ ର ଟିମ୍ ଲିଡର ଶ୍ରୀନିବାସ ପାତ୍ର, ଡେଭଲପମେଣ୍ଟ ଅଫିସର ସୁବ୍ରତ ସ୍ବାଇଁ, ଏନ୍ ରବି କୁମାର ସହଯୋଗ କରିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026