ସାପ କାମୁଡ଼ାରେ ଯୁବକ ଙ୍କ ମୃତ୍ୟୁ

୦୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଛତିଆ :-> ସାପ କାମୁଡ଼ାରେ ପେଟ୍ରୋଲ ପମ୍ପ ର ଜଣେ କର୍ମଚାରୀ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଜଗତସିଂହପୁର ଜିଲ୍ଲା ତ୍ରିତୋଲ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ସଂଗ୍ରାମ ବେହେରା( ୩୪ ବର୍ଷ) ଦୀର୍ଘ ଦିନ ହେବ ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ନିକଟସ୍ଥ ନେଳିଆ ଠାରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ।

ଗତ ଶନିବାର ସେ ପେଟ୍ରୋଲ ପମ୍ପର ବିଶ୍ରାମ ଗୃହ ରେ ଶୋଇଥିବା ବେଳେ ଭୋର ୪ଘଟିକା ସମୟରେ ଏକ ରଣା ସାପ ତାର ଦୁଇ ଗୋଡକୁ କାମୁଡି ଦେବାରୁ ସେ ଗୁରୁତର ହୋଇପଡିଥିଲେ। ତୁରନ୍ତ ତାଙ୍କୁ ପେଟ୍ରୋଲ ପମ୍ପ କର୍ତ୍ତୁପକ୍ଷ କଟକ ବଡମେଡିକାଲରେ ନେଇଯାଇଥିଲେ। ମାତ୍ର ବୁଧବାର ସକାଳୁ ଚିକିତ୍ସା ଧିନ ଅବସ୍ଥାରେ ସଂଗ୍ରାମ ଙ୍କର ମୃତ୍ୟୁ ଘଟିଥିଲା ।

Exit mobile version