ରାଜ୍ୟରେ ୨୮ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୧୬୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ।

CREATOR: gd-jpeg v1.0 (using IJG JPEG v62), quality = 75

ଓଡିଶା ତାଜା ନ୍ୟୁଜ୍ (୦୮ ଅଗଷ୍ଟ ଶନିବାର) ଭୁବନେଶ୍ୱର : ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୧୬୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦୧୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬୨୫ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ୧୯୩ କୁ ବୃଦ୍ଧି ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ ୨୭୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାୟଗଡ଼ରୁ ୧୩୬ ଜଣ, ସୁନ୍ଦରଗଡ଼ରୁ ୧୧୮ ଜଣ, ସମ୍ବଲପୁରରୁ ୧୧୨ ଜଣ, କଟକରୁ ୯୮ ଜଣ, ପୁରୀରୁ ୯୨ ଜଣ, ବାଲେଶ୍ବରରୁ ୭୩ ଜଣ, କନ୍ଧମାଳରୁ ୫୨ ଜଣ, କୋରାପୁଟରୁ ୫୦ ଜଣ, ବଲାଙ୍ଗୀରରୁ ୪୩ ଜଣ, ନୟାଗଡ଼ରୁ ୪୦ ଜଣ, ମୟୂରଭଞ୍ଜରୁ ୩୯ ଜଣ, ଢ଼େଙ୍କାନାଳ ଓ ଯାଜପୁରରୁ ୩୬ ଜଣ ଲେଖାଏଁ, ଗଜପତିରୁ ୩୫ ଜଣ, କଳାହାଣ୍ଡିରୁ ୩୦ ଜଣ, ମାଲକାନଗିରିରୁ ୨୭ ଜଣ, ଜଗତସିଂହପୁରରୁ ୨୧ ଜଣ, ଅନୁଗୁଳରୁ ୧୬ ଜଣ, କେନ୍ଦ୍ରାପଡ଼ାରୁ ୧୪ ଜଣ, ବରଗଡ଼ ଓ ବୌଦ୍ଧରୁ ୭ ଜଣ ଲେଖାଏଁ, କେନ୍ଦୁଝରରୁ ୩ ଜଣ, ଭଦ୍ରକ ଓ ଝାରସୁଗୁଡାରୁ ୨ଜଣ ଲେଖାଏଁ, ନୂଆପଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । (ନୟାଗଡ ରିପୋର୍ଟ /ରାମକୃଷ୍ଣ ରଥ)

Exit mobile version