Home ଓଡ଼ିଶା କିସ୍ନା ଡାଇମଣ୍ଡ ଆଣ୍ଡ୍ ଗୋଲ୍ଡ ଜୁଏଲାରୀ ପକ୍ଷରୁ ନିଜର ରିଟେଲ ପାର୍ଟନରଙ୍କ ପାଇଁ ଏକ ବ୍ୟବସାୟିକ ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ହରି କ୍ରିଷ୍ଣା ଗ୍ରୁପ୍ର କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ପକ୍ଷରୁ ନିକଟରେ ଭୁବନେଶ୍ୱରରେ ଏହାର ସମ୍ମାନିତ ରିଟେଲ ପାର୍ଟନରମାନଙ୍କ ପାଇଁ ଏକ ବ୍ୟବସାୟିକ ବୈଠକର ଆୟୋଜନ କରାଯାଇଥିଲା । ଏହି ଏକତ୍ରିକରଣର ପ୍ରାଥମିକ ଲକ୍ଷ୍ୟ ଥିଲା ଦେଶବ୍ୟାପୀ କିସ୍ନା ଏକ୍ସକ୍ଲୁସିଭ ଶୋରୁମଗୁଡିକୁ ପ୍ରଭାବୀ ରୂପେ ବିସ୍ତାର କରିବାର ଲକ୍ଷ୍ୟ ସହିତ ସାମ୍ପ୍ରତିକ ଶିଳ୍ପ ଧାରା ଉପରେ ପ୍ରଭାବୀ ଆଲୋଚନାକୁ ସୁଗମ କରିବା ଏବଂ ନିଜର ଉତ୍ସର୍ଗୀକୃତ ଓ ଦୀର୍ଘଦିନର ବ୍ୟବସାୟ ସହଯୋଗୀମାନଙ୍କ ସହ ସହଭାଗିତାକୁ ମଜବୁତ କରିବା । ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହରି କ୍ରିଷ୍ଣା ଗ୍ରୁପ୍ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଘନଶ୍ୟାମ ଢୋଲକିଆ ଯୋଗ ଦେଇଥିଲେ । ପ୍ରତିନିଧିମାନେ ଗ୍ରାହକ ସନ୍ତୁଷ୍ଟିକରଣ ବୃଦ୍ଧି କରିବା ପାଇଁ ବଜାର ତଥ୍ୟ, ବ୍ୟବସାୟ ଅଭିବୃଦ୍ଧି ରଣନୀତି ଓ ପଦ୍ଧତିଗୁଡିକୁ ଅନୁସନ୍ଧାନ କରିଥିଲେ । ଏହି ଆଲୋଚନା ଅଭିନବ କିସ୍ନା ସପ୍-ଇନ୍-ସପ୍ ବ୍ରାଣ୍ଡ କର୍ଣ୍ଣନରଗୁଡିକୁ ହାଇଲାଇଟ କରିଥିଲା ଏବଂ କିସ୍ନାର ଆକର୍ଷଣୀୟ ଡିଜାଇନ ଓ ନିର୍ମାଣ ଶକ୍ତିକୁ ପ୍ରଦର୍ଶିତ କରିଥିଲା, ଯାହା ନିଜ ଗ୍ରାହକଙ୍କୁ ସ୍ୱତନ୍ତ୍ର ଅଳଙ୍କାର ପ୍ରଦାନ କରିବା ପ୍ରତି କିସ୍ନାର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଉଛି ।ଏସମ୍ପର୍କରେ ହରି କ୍ରିଷ୍ଣା ଗ୍ରୁପ୍ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ, ଘନଶ୍ୟାମ ଢୋଲକିଆ କହିଛନ୍ତି, “ଭୁବନେଶ୍ୱରର ଜୀବନ୍ତ ବ୍ୟବସାୟିକ ପରିବେଶ ସୁଯୋଗରେ ଭରି ରହିଛି ଏବଂ ଆମର ରିଟେଲ ପାର୍ଟନରମାନଙ୍କ ସହ ସଂଯୋଜିତ ହେବା ଖୁବ୍ ଚମତ୍କାର ଅଟେ ଯିଏ ଏହି ଉଲ୍ଲେଖନୀୟ ବଜାରରେ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି । ଆମର ଉପସ୍ଥିତିକୁ ବିସ୍ତାର କରିବା ଏବଂ ଗୁଣବତା ପ୍ରତି ଆମର ପ୍ରତିବଦ୍ଧତାକୁ ବଜାୟ ରଖିବା ପାଇଁ ଆମର ସାମଗ୍ରିକ ପ୍ରୟାସ ଜରୁରୀ ଅଟେ, ଯାହା ଶିଳ୍ପରେ ନିରନ୍ତର ନେତୃତ୍ୱ ଓ ଉନ୍ନତ ଗ୍ରାହକ ସନ୍ତୁଷ୍ଟି ପାଇଁ ମଂଚ ପ୍ରସ୍ତୁତ କରୁଛି ।” ହରି କ୍ରିଷ୍ଣା ଗ୍ରୁପ୍ର କିସ୍ନା ହେଉଛି ଏକ ପ୍ରତିଷ୍ଠିତ ଜୁଏଲାରୀ ବ୍ରାଣ୍ଡ ଯାହାକୁ ୨୦୦୫ରେ ସ୍ଥାପନ କରାଯାଇଥିଲା ଏବଂ ଏହା ଦେଶବ୍ୟାପୀ ୩୦୦୦+ ରିଟେଲରଙ୍କୁ ସେବା ପ୍ରଦାନ କରୁଛି, ଯାହା ଏହାକୁ ଭାରତରେ ଅନ୍ୟତମ ସର୍ବାଧିକ ବିସ୍ତୃତ ଡିଷ୍ଟ୍ରିବ୍ୟୁଟେଡ ଡାଇମଣ୍ଡ ଜୁଏଲାରୀ ବ୍ରାଣ୍ଡ ଭାବେ ସ୍ଥାପିତ କରିଛି । କିସ୍ନା ଏହାର ଫ୍ରାଂଚାଇଜି ମଡେଲଗୁଡିକ ମାଧ୍ୟମରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ କରିଛି, ଅଧିକ ବିକାଶ ସହିତ ଦେଶବ୍ୟାପୀ ୨୯ଟି ସ୍ୱତନ୍ତ୍ର ବ୍ରାଣ୍ଡେଡ୍ ଆଉଟ୍ଲେଟ୍ର ଶୁଭାରମ୍ଭ କରିଛି । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026