ରାହୁଲ ଗାନ୍ଧିଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ : ବିଜେପିର ବିରୋଧ ପ୍ରଦର୍ଶନ

୦୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ସଂସଦରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଜଟଣୀ ନଗର ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସଭାପତି ନାଗ ଭୂଷଣ ରାୟଙ୍କ ନେତୃତ୍ୱରେ ସ୍ଥାନୀୟ ସୀତାରାମ ଛକ ଠାରେ ଦୃଢ଼ ବିରୋଧ ପ୍ରଦର୍ଶନ ସହିତ ରାହୁଲ୍ ଗାନ୍ଧୀଙ୍କ ପ୍ରତିଛବି ପୋଡ଼ା ଯାଇଛିl ଉକ୍ତ କାର୍ଯ୍ୟକ୍ରମରେ ବିଜେପି ନଗର ମଣ୍ଡଳ ସଭାପତି ତିରୁପତି ଶତପଥି,

ପୂର୍ବତନ ସଭାପତି ପ୍ରଶାନ୍ତ ପ୍ରଧାନ, କବି ପାଇକରାୟ, ଚିତ୍ତରଞ୍ଜନ ସୁନ୍ଦରାୟ, ତପନ ବାରିକ, ମିଟୁ ମାର୍ଥା, ସୁଶାନ୍ତ ମହାପାତ୍ର,ଧନୁ ବଳିୟାରସିଂ ଏବଂ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ପ୍ରଦୀପ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେl ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଓ ଜାତୀୟ କଂଗ୍ରେସ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ କଡା ବିରୋଧ ପ୍ରଦର୍ଶନ କରା ଯାଇଥିଲା  l

Exit mobile version