
୦୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଅଗ୍ରଣୀ ହେଲ୍ଥ ଇନ୍ସୁରାନ୍ସ କମ୍ପାନୀ, ଷ୍ଟାର ହେଲ୍ଥ ଆଣ୍ଡ ଆଲାଇଡ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ (ଷ୍ଟାର ହେଲ୍ଥ ଇନ୍ସୁରାନ୍ସ) ଦେଶବ୍ୟାପୀ ୫୦ରୁ ଅଧିକ ସହରରେ ନିଜର ହୋମ୍ ହେଲ୍ଥ କେୟାର ସେବାର ଶୁଭାରମ୍ଭ କରିଛି । ଏହି ଅତ୍ୟଧିକ ବ୍ୟକ୍ତିଗତ ଗ୍ରାହକ-କୈନ୍ଦ୍ରିକ ଉତ୍ପାଦ ବାଧାମୁକ୍ତ ଓ ତତ୍କାଳ ଦାବି ସମାଧାନ ସହିତ ଗ୍ରାହକଙ୍କ ଡୋରଷ୍ଟେପରେ ପ୍ରଭାବୀ ସ୍ୱାସ୍ଥ୍ୟସେବା ସମାଧାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଷ୍ଟାର ହେଲ୍ଥ ଇନ୍ସୁରାନ୍ସ ଭାରତବ୍ୟାପୀ ଇନ୍-ହୋମ୍ ମେଡିକାଲ କେୟାର ବା ଘରେ ଚିକିତ୍ସା ସୁବିଧା ପ୍ରଦାନ କରିବା ପାଇଁ କେୟାର୨୪, ପୋର୍ଟିଆ, କଲ୍ହେଲ୍ଥ ଓ ଅତୁଲ୍ୟ ହୋମ୍କେୟାର ସମେତ ଅଗ୍ରଣୀ ପ୍ରଦାତାଙ୍କ ସହ ସହଭାଗିତା କରିଛି । ଏସମ୍ପର୍କରେ ଷ୍ଟାର ହେଲ୍ଥ ଇନ୍ସୁରାନ୍ସର ଏମ୍ଡି ଓ ସିଇଓ ଆନନ୍ଦ ରୟ, କହିଛନ୍ତିଯେ, “ ଷ୍ଟାର ହେଲ୍ଥ ଇନ୍ସୁରାନ୍ସରେ ଆମେ ବିଶ୍ୱାସ କରୁଛୁ ଯେ, ଆଜିର ଗ୍ରାହକମାନଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଟେକ୍ନୋଲୋଜି ହେଉଛି ଏକ ପ୍ରମୁଖ ସକ୍ଷମକାରୀ ।

