ତିନିଦିନ ପରେ ରଥଯାତ୍ରା ବଡଦାଣ୍ଡ ମାର୍କେଟ ଛକ ଅବସ୍ଥା

୦୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :->  ଆଉ ୩ ଦିନ ପରେ ବିଶ୍ଵପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା | ସଜେଇ ହେଉଛି ଶ୍ରୀକ୍ଷେତ୍ର | ବଡଦାଣ୍ଡ ଦୁଇ ପାର୍ଶ୍ୱ କୋଠା କେତେକ ସ୍ଥାନ ରେ ରଙ୍ଗ ହେଉଛି | ଜାତୀୟ ରାଜପଥ ପକ୍ଷରୁ ରାସ୍ତା ମଝିରେ ଧଳା ଏନମେଲ ଗାର ପକାଯାଉଛି | କେତେକ ସ୍ଥାନରେ ପିଚୁ ପ୍ୟାଚ ପଡିଛି  | ତେବେ ମାର୍କେଟ ଛକ ଠାରେ ଡ୍ରେନ ଓ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି |  ପ୍ରତିବର୍ଷ ପ୍ରାୟ ତିରିଶ ହଜାର ରୁ ଉର୍ଦ୍ଧ ବାଲିବସ୍ଥା ଡ୍ରେନ ପାଖରେ ପଡୁଛି  |

ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି |  ରାସ୍ତା ଠାରୁ ଡ୍ରେନ ଉଚ୍ଚତା ପ୍ରାୟ ଦୁଇ ଫୁଟ ରୁ ଅଧିକ | ବର୍ଷା ହେଲେ ଡ୍ରେନ ଭିତରୁ ପଙ୍କ ପାଣି ରାସ୍ତା ଉପରକୁ ଆସୁଛି | ଡ୍ରେନ ଉପରେ ଅସମାନ ସ୍ଲାବ ପଡିଛି | ଗତକାଲି ଉତ୍ତର ପ୍ରଦେଶ ରେ ଧର୍ମ ସମ୍ମିଳନୀ ରେ ଅଘଟଣ ଘଟି ଶତାଧିକ ଭକ୍ତ ମୁର୍ତ୍ତୁ ମୁଖରେ ପଡିଛନ୍ତି | ଜିଲ୍ଲା ପ୍ରଶାସନ, ପୂର୍ତ୍ତ ବିଭାଗ, ପୌର ସଂସ୍ଥା ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି |

Exit mobile version