କଣ୍ଟ୍ରାକ୍ଟର, ଆର.ଡି ବିଭାଗର ମଧୁଚନ୍ଦ୍ରିକା : ଦୁଃଖ ଭୋଗୁଛନ୍ତି – ବାୟାପଲ୍ଲୀ ଗ୍ରାମବାସି


 0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ବ୍ଲକ ଅନ୍ତର୍ଗତ ଟିକlତାଳ -ବାୟାପଲ୍ଲୀ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଟିକତାଳ ଗ୍ରାମଠାରୁ ବାୟାପଲ୍ଲୀ ପର୍ଯ୍ୟନ୍ତ ଏକ ରାସ୍ତା କାର୍ଯ୍ୟ ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ ଦ୍ୱାରା କରାଯଉଥିବାବେଳେ କଣ୍ଟ୍ରାକ୍ଟର କାର୍ଯ୍ୟରେ ବ୍ୟାପକ ଅନିୟମିତତା ଦେଖାଯାଇଛି | ମିଳିଥିବା ସୂଚନା ମୁତାବକ ଟୀକାତାଳଠାରୁ ଭାୟା ସାନପଦର ରୋଡ ବାୟାପଲ୍ଲୀ ପର୍ଯ୍ୟନ୍ତ ଟେଣ୍ଡର ହୋଇ କଂଟ୍ରାକଟରଙ୍କୁ କାର୍ଯ୍ୟ ଦିଆଯାଇଥିଲା !

ସୂଚନା ଫଳକ ଅନୁସାରେ ଏହି କାର୍ଯ୍ୟର ମୂଲ୍ୟ 4କୋଟି 74 ଲକ୍ଷରୁ ଉର୍ଧ୍ଵ ହୋଇଥିବା ବେଳେ କାର୍ଯ୍ୟ ଆରମ୍ଭ ସମୟ 21ଜାନୁଆରୀ 2023 ରୁ କାର୍ଯ୍ୟ ସମାପ୍ତି ସମୟ 20 ଡିସେମ୍ବର 2023 ଥିବାବେଳେ ଉକ୍ତ କଣ୍ଟ୍ରାକ୍ଟର ଏବଂ ଉକ୍ତ ବିଭାଗର ବାବୁମାନଙ୍କ ମଧୁ ଚନ୍ଦ୍ରିକାରେ ଏହି କାର୍ଯ୍ୟ ଚାଲୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ | ଅତି ନିମ୍ନମାନର କାମ ହୋଇଥିବା କାରଣରୁ ରାସ୍ତା ପାର୍ଶ୍ୱରେ ହୋଇଥିବା ଗାର୍ଡୱାଲ ରାସ୍ତା କାମ ନ ସରୁଣୁ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି |ଅନ୍ୟ ପଟେ ରାସ୍ତା ମଧ୍ୟରେ ଥିବା ବ୍ରିଜ଼ ନିର୍ମାଣ ସରିଯାଇଥିବା ବେଳେ ବ୍ରିଜର ଗାର୍ଡ ୱାଲ ହୋଇନାହିଁ ଯାହା ଦ୍ୱାରା ରାସ୍ତା କଡରେ ଥିବା ଚାଷ ଜମି ବର୍ଷା ଜଳରେ ଧୋଇ ହୋଇଯାଇଥିବା ଦେଖିବାକୁ ମିଳିଛି |

ଉକ୍ତ ଚାଷୀ ରାଜେନ୍ଦ୍ରଙ୍କ କହିବା ଅନୁସାରେ ସେ ଉକ୍ତ କଣ୍ଟ୍ରାକ୍ଟର ଏବଂ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣେଇବା ସତ୍ୱେ ସେ କୌଣସି କାମ ନକରି କଥାକୁ ଆଡେଇ ଦେଇ ହଁ ହବ ବୋଲି କହିବା ସହ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ | ଅନ୍ୟପଟେ ଚାଷ ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଚାଷୀ ର ଧାନ ଚାଷ ହେବା ଭଳି ଉକ୍ତ ବିଲଟି ଆଉ ନଥିବାରୁ ତାହା ଚାଷ ଜମିରୁ ନିବୃତ ରହିଛି | କାମ ଅଧା କରି କଣ୍ଟ୍ରାକ୍ଟର ପଳେଇଥିବା ବେଳେ ପୁରୁଣା କଂକ୍ରିଟ ସାମଗ୍ରୀକୁ ମଧ୍ୟ ସେହି ଚାଷ ଜମିରେ ଛାଡି ଚାଲିଯାଇଛି | ଏଥି ପ୍ରତି ଆର ଡି ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଓ ଖୋର୍ଦ୍ଧା ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ରାସୋଳ ଗ୍ରାମବାସୀମାନେ ଅନୁରୋଧ କରିଅଛନ୍ତି ।

Exit mobile version