Home ଓଡ଼ିଶା ଏମ୍କିଓର ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ର ଇନିସିଆଲ ପବ୍ଲିକ ଅଫର ଜୁଲାଇ ୩ରେ ଖୋଲିବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଏମ୍କିଓର ଫାର୍ମାସ୍ୟୁଟିକାଲ୍ସ ଲିମିଟେଡର ଇନିସିଆଲ ପବ୍ଲିକ ଅଫର ୨୦୨୪ ଜୁଲାଇ ୨ ତାରିଖ ମଙ୍ଗଳବାର ଦିନ ଖୋଲିବ । ଆଙ୍କର ନିବେଶକମାନେ ୨୦୨୪ ଜୁଲାଇ ୩ ବୁଧବାର ଦିନ ବିଡ ଦାଖଲ କରିପାରିବେ । ଏହି ଅଫରର ବିଡ ୨୦୨୪ ଜୁଲାଇ ୫ରେ ବନ୍ଦ ହେବ । ଅଫରରେ ଇକ୍ୱିଟି ସେୟାର ପିଛା ମୂଲ୍ୟ ୯୬୦ ଟଙ୍କାରୁ ୧୦୦୮ ଟଙ୍କା ମଧ୍ୟରେ ରହିଛି । ନିବେଶକମାନେ ସର୍ବନିମ୍ନ ୧୪ଟି ଇକ୍ୱିଟି ସେୟାରର ବିଡ ଦାଖଲ କରିପାରିବେ ଏବଂ ପରେ ସେଥିରେ ୧୪ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ । କମ୍ପାନି ପକ୍ଷରୁ ନୂଆ ଇକ୍ୱିଟି ସେୟାର ଜାରି କରି ୮୦୦ କୋଟି ଟଙ୍କା ସଂଗ୍ରହ କରାଯିବ ଏବଂ ଅଫର ଫର ସେଲରେ ୧୧,୪୨୮,୮୩୯ ଇକ୍ୱିଟି ସେୟାର ବିକ୍ରି କରାଯିବ । ଅଫର ଫର ସେଲରେ ସତୀଶ ରମଣ ଲାଲ ମେହତା ୪୨୦,୦୦୦ ଇକ୍ୱିଟି ସେୟାର, ନମିତା ବିକାଶ ଥାପର ୧,୨୬୮,୬୦୦ ଇକ୍ୱିଟି ସେୟାର, ସମିତ ସତୀଶ ମେହେତା ୧୦,୦୦୦ ଇକ୍ୱିଟି ସେୟାର ଓ ସୁନିଲ ରଜନୀକାନ୍ତ ମେହତା ୪୦,୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ । ସେହିପରି, ବିସି ଇନଭେଷ୍ଟମେଂଟସ ଆଇ ଲିମିଟେଡ ୭,୨୩୪,୦୮୫ ଇକ୍ୱିଟି ସେୟାର, ଆରଏଚପି ୧,୩୪୨,୫୮୬ ଇକ୍ୱିଟି ସେୟାର, ଅରୁଣ କୁମାର ପୁରୁଷୋତମଲାଲ ଖାନ୍ନା ୩୦୦,୦୦୦ ଇକ୍ୱିଟି ସେୟାର, ଆରଏଚପି ୮୧୩,୫୬୮ ଇକ୍ୱିଟି ସେୟାର ବିକ୍ରି କରିବେ । ଯୋଗ୍ୟ କର୍ମଚାରୀମାନଙ୍କ ଲାଗି ୧୦୮,୯୦୦ ଇକ୍ୱିଟି ସେୟାର ସଂରକ୍ଷିତ ରହିବ । ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି ଯୋଗ୍ୟ କର୍ମଚାରୀମନଙ୍କୁ ଇକ୍ୱିଟି ସେୟାର ପିଛା ୯୦ ଟଙ୍କାର ରିହାତି ପ୍ରଦାନ କରାଯିବ । ଏହି ଅଫରରୁ ସଂଗୃହୀତ ହେବାକୁ ଥିବା ପାଣ୍ଠିକୁ କମ୍ପାନିର ପରିଶୋଧ ହୋଇନଥିବାଋଣକୁ ଆଗକୁଆ ପରିଶୋଧ କିମ୍ବା ପୁନଃ ପରିଶୋଧ କରିବା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରାଯିବ । ଇକ୍ୱିଟି ସେୟାରଗୁଡ଼ିକୁ ବିଏସଇ ଲିମିଟେଡ୍ ଓ ଏନ୍ଏସଇରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି । ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି କୋଟକ ମହିନ୍ଦ୍ରା କ୍ୟାପିଟାଲ କମ୍ପାନି ଲିମିଟେଡ, ଆକ୍ସିସ କ୍ୟାପିଟାଲ ଲିମିଟେଡ, ଜେଫେରିଜ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଓ ଜେ ପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026