ଖପ୍ରାଖୋଲ ରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀତା ଉପରେ ଆଲୋଚନା ଚକ୍ର

0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଖପ୍ରାଖୋଲ :-> ସ୍ଥାନୀୟ ଥାନା ଆମ ପୋଲିସ ପ୍ରକୋଷ୍ଠ ଠାରେ ପରିବର୍ତ୍ତିତ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କିତ ଆଲୋଚନା ଚକ୍ର ଥାନା ଅଧିକାରୀ ନରେନ୍ଦ୍ର ଛତର ଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ବିଡ଼ିଓ ବିଜୟାନନ୍ଦ ଷଡ଼ଙ୍ଗୀ, ସମ୍ମାନୀତ ଅତିଥି ରୁପେ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ବଳଭଦ୍ର ଦାଶ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ସାରା ଦେଶରେ ଜୁଲାଇ ୧ ତାରିଖ ରୁ ତିନୋଟି ଅପରାଧିକ ଆଇନ କାର୍ଯ୍ୟକାରୀ ହେବ ।

ଯାହାକି ଭାରତୀୟ ପେନାଲ କୋଡ ବଦଳରେ ଭାରତୀୟ ନ୍ୟାୟ ସଂହିତା ୨୦୨୩, କୋଡ ଅଫ କ୍ରିମିନାଲ ପ୍ରୋଷିଯୋର ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଇଣ୍ଡିଆନ ଏଭିଡ଼ାନ୍ସ ଏକ୍ଟ ବଦଳରେ ଭାୟତିୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ଯ କରିବ ବୋଳି ଅତିଥି ମାନେ ପ୍ରକାଶ କରିଥିଲେ।

ନୂତନ ଆଇନ ମାଧ୍ୟମରେ ଶିଶୁ ଓ ମହିଳା ମାନଙ୍କୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ନିର୍ଦ୍ଧିଷ୍ଟ ସମୟରେ ଆଇନ ସେବା ଯୋଗାଇ ମାମାଲା ର ଶୁଣାଣି କରିବା ସହ ସାକ୍ଷ୍ୟ ଆଇନ ର ସରଳ କରାଯାଇଥିବା ଜଣା ଯାଇଛି। କର୍ମଶାଳା ସତ୍ୟାନନ୍ଦ ସେନ୍ଦ୍ରିଆ, ଅଭୟ ତ୍ରିପାଠୀ, ଏ ଏସ ଆଇ ନାରାୟଣ ସାହୁ, ସେବନ କେରକେଟା ସମେତ କଲେଜ ଛାତ୍ରୀ ଛାତ୍ର, ସଚେତନ ନାଗରିକ, ପଞ୍ଚାୟତ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Exit mobile version