ଭାରତ ସରକାରଙ୍କ ନୂତନ ଆଇନ ପ୍ରଣୟନ ବ୍ୟବସ୍ଥା ଲାଗୁ

0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ଦେଶରେ ଲାଗୁ ହୋଇଛି ନୂତନ ଆଇନ ବ୍ୟବସ୍ଥା।  ନ୍ୟାୟ ସହିନ୍ତା କୁ ଲାଗୁ କରିଛନ୍ତି ଭାରତ ସରକାର ।ଫଳରେ ସହ ସହ ବର୍ଷ ଧରି ଚଳି ଆସିଥିବା ଭାରତୀୟ ପିଙ୍ଗଳ କୋର୍ଡ  କୁ ନୂତନ ଆଇନ ବଳ ରେ ରଦ୍ଧ କରିଛନ୍ତି ଭାରତ ସରକାର  ଫଳରେ ଭାରତର ନାଗରିକ ମାନେ ଆଜି ଠାରୁ  ନ୍ୟାୟ  ପାଇ ପାରିବେ । ଏ ନେଇ ବ୍ୟାପକ ଜନ ସଚେତନତା ଆରମ୍ବ କରିଛନ୍ତି ସରକାର ।

ଏହି ଅବସର ରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପୋଲିସ ପକ୍ଷରୁ  ଥାନା ପରିସର ରେ ଏକ ଜନ ସଚେତନତା  ସଭା ଅନୁଷ୍ଠିତ ହୋଇ ଯାଇଅଛି।ଅନୁଷ୍ଠିତ ସଭାରେ ଚାନ୍ଦପୁର ଥାନା ଆଇ ଆଇ  ସି ଜଗଦୀଶ ଚନ୍ଦ୍ର କର ସଭାପତିତ୍ବ କରିଥିଲେ। ସ୍ଥାନୀୟ  ଜନ ପ୍ରତିନିଧି।ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସାମ୍ବାଦିକ. ବୁଦ୍ଧିଜୀବୀ ମାନେ ଯୋଗଦେଇ ଥିଲେ।

ଏହି ନୂତନ ଆଇନ ଦ୍ୱାରା ଭାରତର ସମସ୍ତ ନାଗରିକ ଉପକୃତ ହୋଇ ପାରିବେ ବୋଲି ଆଇ ଆଇ ସଇ ଜଗଦୀଶ କର ମତବ୍ୟକ୍ତ କରିଛନ୍ତି।ଏହି. କାର୍ଯ୍ୟକ୍ରମ ରେ ବରିଷ୍ଠ ସମାଜ ସେଵୀ ବିପିନ ବିହାରୀ ନାୟକ।ଧନେଶ୍ଵର ଅଗ୍ରୱାଲ,ଯୁବନେତା  ଦୁର୍ଗା ସଙ୍କର ସିଂ ଦେଓ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁ,ବରିଷ୍ଠ ସଂଗଠକ ସୁବର୍ଣ ସିଂଙ୍କ ସହ ଅନ୍ୟ ନେତୃତ୍ୱ ମାନେ ଯୋଗ ଦେଇଥିଲେ।

Exit mobile version