ଜୁଡୋରେ ପ୍ରିସ୍କିଲା ଜିତିଲେ ସ୍ଵର୍ଣ୍ଣ ପଦକ 

0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ  :->   ବେଗୁନିଆ ବ୍ଲକ ଅନ୍ତର୍ଗତ ଡିଙ୍ଗର ଗ୍ରାମର ରବି ନାରାୟଣ ନାଗ ଓ କବିତା ନାଗଙ୍କ ଝିଅ ପ୍ରିସ୍କିଲା ଜୁଡୋରେ ସ୍ଵର୍ଣ୍ଣ ପଦକ ହାସଲ କରି ଗୌରବ ଅର୍ଜନ କରିଛନ୍ତି। ସେ ପିତା ମାତାଙ୍କ ପ୍ରେରଣାରେ ଭୁବନେଶ୍ୱର ସ୍ଥିତ କେଦାରଗୌରୀ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ିବା ସହ ସୁନ୍ଦରପଦା ସ୍ଥିତ ଜୁଡୋ ସେଣ୍ଟରରେ କୋଚ ଅଜୟ କୁମାର ବେହେରାଙ୍କ ତତ୍ବାବଧାନରେ ଅଭ୍ୟାସ ଜାରୀ ରଖିଛନ୍ତି ।

ତେବେ କଟକର ଦୋଳ ମୁଣ୍ଡେଇସ୍ଥିତ ବାବା ସାଗର ବିଦ୍ୟାପୀଠ ପରିସରରେ  ବାଳିକା ବର୍ଗର ୫ ମ ବାର୍ଷିକ ଜୁଡୋ ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମଧ୍ୟରୁ ସ୍ଵର୍ଣ୍ଣ ପଦକ ଓ  ଖୋର୍ଦ୍ଧା ଜିଲ୍ଲାର ରନର୍ସ ଅପ ଟ୍ରଫି ହାସଲ କରିଥିଲେ । ଏତଦ ବ୍ୟତୀତ ଜାତୀୟ ସ୍ତରରେ ହୋଇଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶୁଭେଚ୍ଛୁ ଓ ଆତ୍ମୀୟ ସ୍ବଜନଙ୍କ ନିକଟରୁ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି ।

Exit mobile version