ନୂଆଗାଁ ବ୍ଲକ୍ ରେ ଶୁଭାରମ୍ଭ ହେଲା ଚାରା ବିତରଣ କେନ୍ଦ୍ର

0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ  :->  ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସମୁଖରେ ଚାରାବିତରଣ କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି। ପୃଥିଵୀର ତାପମାତ୍ରା ବୃଦ୍ଧିହେବାଦ୍ୱାରା ଜଳବାୟୁ ପରିବର୍ତନ ହେଉଛି, ଯାହାକି ମାନବ ସମାଜ ପାଈଁ ଏକ ବିପଦ ସଂକେତ।ତେଣୁ ବହୁପରିମାଣରେ ବୃକ୍ଷ ରୋପଣ କରାଯିବ ସେ ନେଇ ବନବିଭାଗ ପ୍ରୟାସ ଜାରି ରଖିଛି । ଏହି ବିତରଣ କେନ୍ଦ୍ରରେ ପିଜୁଳି, ଜାମୁକୋଳି, ପଣସ, ଲିମ୍ବ, ଡାଳିମ୍ବ,ବରକୋଳି ଭଳି ବିଭିନ୍ନ ପ୍ରକାର ଚାରାଗଛ ରହିଛି। ମହୀପୁର ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁ,

ନୂଆଗାଁ ତହସିଲଦାର ହେମନ୍ତ କୁମାର ସ୍ୱାଇଁ, ନୂଆଗାଁ ବିଡ଼ିଓ ବାସୁଦେବ ନାୟକ, ବନପାଳ ମୀନ କେତନ ନାୟକ,ନୂଆଗାଁ ବ୍ଲକ ସିଡିପିଓ ସୁଭ୍ରକେଶି ମଲ୍ଲିକ ପ୍ରମୁଖ ଚାରା ବିତରଣ କେନ୍ଦ୍ର ରେ ଉପସ୍ଥିତ ଥିଲେ। ପରିବେଶ ସୁରକ୍ଷା କୁ ଆଖିଆଗରେ ରଖି ଚାରା ମୂଲ୍ୟ ୧ଟଙ୍କା ରେ ଜନସାଧାରଣଙ୍କୁ ଚାରା ବିକ୍ରୟ କରାଯିବ।ତତ ସହିତ ସମସ୍ତ ସ୍ୱୟଂସହାୟିକା ଗୋଷ୍ଠୀ କୁ ଚାରା ଦିଆଯିବ ସେମାନେ ପ୍ରତେକ ୫ଟି ଗଛ ମା ଙ୍କ ନାମରେ ରୋପଣ କରାଯିବା ପାଈଁ ସଚେତନତା ବାର୍ତା ଦିଆଯାଇଥିଲା ।

Exit mobile version