ଶିକ୍ଷକ ଦୁର୍ଯ୍ୟୋଧନ ମିଶ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି  :->  କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ପୋସ୍ତଳ ପଞ୍ଚାୟତ , ରହମ୍ବା ଗ୍ରାମର ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦୁର୍ଯ୍ୟୋଧନ ମିଶ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନଙ୍କ ସଭାପତିତୋରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଓଷ୍ଟାର କୋଷାଧ୍ୟକ୍ଷ ଅଶୋକ ମହାପାତ୍ର ପୋସ୍ତଳ ସରପଞ୍ଚ ସସ୍ମିତା ସାସେନୀ,ରେଣୁବାଳା ଦାଶ ସମ୍ମାନୀତ ଅତିଥି ଏବଂ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଚିନ୍ମୟ ଦାସ ଯୋଗ ଦେଇ କହିଲେ ଯେ ବିଦାୟ ଶିକ୍ଷକ ଶ୍ରୀ ମିଶ୍ର ଜଣେ ଛାତ୍ର ବତ୍ସଳ,

ଆଦର୍ଶ ଶିକ୍ଷକ ଅଟନ୍ତି , ତାଙ୍କର ଶିକ୍ଷାଦାନ ଅତୁଳନିୟ, ସେ ସମସ୍ତଙ୍କ ପାଖରେ ଅତି ପ୍ରିୟ ଭାଜନ ହେବା ସହ ମେଳ।ପି ଅଟନ୍ତି । ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉପଲକ୍ଷେ ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଦୁର୍ଯ୍ୟୋଧନ ମିଶ୍ରଙ୍କୁ ଉପସ୍ଥିତ ମୁଖ୍ୟ ଅତିଥି ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସକୁ ବିଦ୍ୟାଳୟର ଶରତ ଚନ୍ଦ୍ର ବାରିକ, ଗୀତାଞ୍ଜଳି ବିଶ୍ବାଳ, ଜ୍ଞାନରଞ୍ଜନ ସେନାପତି, ବ୍ରହ୍ମାନନ୍ଦ ପ୍ରମୁଖ ପରିଚାଳନାରେ ସହଯୋଗ କରିଥଲେ ।

Exit mobile version