ରାଉରକେଲା ଜେଲ୍‌ରେ କାୟା ବିସ୍ତାର କରୁଛି କରୋନା – ୧୭ ଜଣ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ ।

ଓଡିଶା ତାଜା ନ୍ୟୁଜ୍ (୦୮ ଅଗଷ୍ଟ ଶନିବାର) ରାଉରକେଲା :- ଜେଲ୍‌ରେ କାୟା ବିସ୍ତାର କରୁଛି କରୋନା । ରାଉରକେଲା ସ୍ୱତନ୍ତ୍ର ଜେଲ୍‌ର ୧୭ ଜଣ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହା ଜେଲ୍ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । କରୋନା ପଜିଟିଭ୍‌ ବାହାରିଥିବା ସମସ୍ତ ଅନ୍ତେବାସୀଙ୍କୁ ରାଉରକେଲା କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଜେଲ୍‌ର ବିଭିନ୍ନ ଓ୍ୱାର୍ଡକୁ ବିଶୋଧନ କରାଯାଉଛି ।

ସୂଚନାଥାଉ କି, ଗୁରୁବାର ଆଣ୍ଟିଜେନ୍ ଟେଷ୍ଟରେ ସୁନ୍ଦରଗଡ଼ ଜିଲ୍ଲାର ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ଭିତରେ ସ୍ୱତନ୍ତ୍ର ଜେଲ୍‌ର ୧୭ ଅନ୍ତେବାସୀ ଥିଲେ ।

Exit mobile version