ସିଏମସି ପକ୍ଷରୁ ତେଲଙ୍ଗାପେଣ୍ଠ ରେ ବନ ମହୋତ୍ସବ ପାଳନ

0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :->  ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ଆଜି କଟକ ମହାନଗର ନିଗମ ( ସିଏମସି ) ପକ୍ଷରୁ ୫୯ ନମ୍ବର ୱ।ର୍ଡ଼ର ତେଲଙ୍ଗାପେଣ୍ଠ ସ୍ଥିତ ଗାନ୍ଧୀ ସ୍ମୃତି ପୀଠ ଠାରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ସିଏମସି କମିଶନର ବିଜୟ କୁମାର ଦାସ , କଟକ ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ , ମେୟର ସୁବାସ ସିଂ, ପୂର୍ବତନ ମନ୍ତ୍ରୀ ସମୀର ଦେ, ସ୍ଥାନୀୟ କର୍ପୋରେଟର ମମତା ମହାନ୍ତି,

କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁ , କର୍ପୋରେଟର ଲିପ୍ସା ନାୟକ, କଟକ ନଗର ବିଜେପି ଉପସଭାପତି ସ୍ୱାଧୀନ ଚେତା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ , ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତିରେ ପୂଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ପରେ ଏକ ସଭା ସ୍ୱାଧୀନ ଚେତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅତିଥି ମାନେ ମାଙ୍କ ପାଇଁ ବୃକ୍ଷଟିଏ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ବାଡ଼ି ବଗିଚାରେ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ ।

ଲଗାଉଥିବା ବୃକ୍ଷର ଜତ୍ନ ନେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଆଜି ଠାରୁ ପ୍ରତ୍ୟେକ ୱ।ର୍ଡ଼ରେ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହେବ ବୋଲି ଅତିଥିମାନେ କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସିଏମସିର ସମସ୍ତ ଅଫିସର ଯୋଗ ଦେଇଥିଲା ବେଳେ , ଫୁଲନଖରା ଠାରୁ ଗୋପାଳପୁର ପର୍ଯ୍ୟନ୍ତ ୪ ଗୋଟି ୱ।ର୍ଡ଼ର ବିଜେପି କର୍ମୀଙ୍କ ସମେତ ପାଖ ୩ଟି ପଞ୍ଚାୟତର ବିଜେପି କର୍ମୀ ଏବଂ ସାଧାରଣ ଜନତା ଯୋଗ ଦେଇଥିଲେ ।

ପ୍ରଶାନ୍ତ କୁମାର ଦଳାଇ , ବଦ୍ରି ନାରାୟଣ ପଟ୍ଟନାୟକ , ପ୍ରମୋଦ କୁମାର ବେହେରା, ପ୍ରମୋଦ କୁମାର ଓଝା, ବସନ୍ତ କୁମାର ପଣ୍ଡା, ସରୋଜ କୁମାର ବେହେରା, ଅଶୋକ କୁମାର ସାହୁ, ଦିପ୍ତିରଞ୍ଜନ ଜେନା ,ବାଉରୀ ବନ୍ଧୁ ଜେନା, ଆଲୋକ କୁମାର ବେହେରା, ପ୍ରମୁଖ ବହୁ ବିଜେପିର କର୍ମୀ ଉପସ୍ଥିତ ଥିଲେ ।

Exit mobile version