ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସଚେତନତା ବୈଠକ

0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ନାଚୁଣୀ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଵଡପଦର ଜଗତି ପାହାଡ଼ ସ୍ଥିତ ମନ୍ଦିର କମ୍ପ୍ଲେକ୍ସ ପରିସରରେ ଆଜି ଠାରୁ ଦେଶରେ ଲାଗୁ ହେଉଥିବା ନୂତନ ତିନି ଅପରାଧିକ ଆଇନ ଉପରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସଂଘ ର ସଭାପତି ଅଶ୍ଵିନୀ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘ ର ସଂପାଦକ ଦେବେନ୍ଦ୍ର ନାଥ ମହାରଥୀ,ସହ ସମ୍ପାଦକ ହରିବନ୍ଧୁ ମିଶ୍ର,

କୋଷାଧ୍ୟକ୍ଷ ରାମଚନ୍ଦ୍ର ମାର୍ଥା ଏବଂ ସଭ୍ୟ ଉମେଶ ଚନ୍ଦ୍ର ହରିଚନ୍ଦନ,ପଦ୍ମ ଚରଣ ନନ୍ଦ,ହାଲୁ କିଶୋର ସାହୁ, ଦିଲ୍ଲୀପ କୁମାର ଦାଶ, ମକରଧ୍ବଜ ପଲାଇ, ମଙ୍ଗୁଳି ପରିଡ଼ା ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ବିଶେଷ କରି ବରିଷ୍ଠ ନାଗରିକ ମାନଙ୍କ ପାଇଁ ନୂତନ ଆଇନ ରେ ଥିବା ବ୍ୟବସ୍ଥା ଉପରେ ତତ୍ପରତା ପ୍ରକାଶ ପାଇଥିଲା।ଏହା ବ୍ୟତୀତ ଅନ୍ୟାନ୍ୟ ସାଙ୍ଗଠନିକ ଆଲୋଚନା ମଧ୍ୟ କରା ଯାଇଥିଲା। ପରିଶେଷରେ ସଭ୍ୟ ଦିଲ୍ଲୀପ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version