Home Uncategorized ନୂତନ ଅପରାଧିକ ଆଇନ ଉପରେ ନାଚୁଣୀ ପୋଲିସ ପକ୍ଷରୁ ସଚେତନତା ଶିବିର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଦେଶରେ ଆଜି ଠାରୁ ସଂସଦରେ ପାରିତ ଭାରତୀୟ ଦଣ୍ଡ ସଂହିତା, ନାଗରିକ ସଂହିତା, ଓ ସାକ୍ଷ୍ୟ ବିଧି ଆଇନ ଲାଗୁ ହେବା ପରିପ୍ରେକ୍ଷୀରେ ନାଚୁଣୀ ଥାନା ପୋଲିସ ପକ୍ଷରୁ ଏକ ସଚେତନତା ଶିବିର ସ୍ଥାନୀୟ ସଚେତନ ନାଗରିକ, ପଞ୍ଚାୟତ ସଦସ୍ୟ, ସାମ୍ବାଦିକ ଓ ବୁଦ୍ଧିଜୀବିମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଥାନା ପରିସରରେ ଆୟୋଜିତ ଏହି ଶିବିରରେ ନାଚୁଣୀ ଥାନା ର ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ର ଶେଖର ଜେନା ଅଧ୍ୟକ୍ଷତା କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ସାମ୍ବାଦିକ ଭିକାରୀ ଚରଣ ପ୍ରଧାନ ଏବଂ ବିଶିଷ୍ଟ ସମାଜସେବୀ ଅରୁଣ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୂତନ ଆଇନ ର ଉପଯୋଗୀତା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ବ୍ରିଟିଶ ଅମଳରୁ ବଳବତ୍ତର ଥିବା ଏହି ଆଇନ ସାମ୍ପ୍ରତିକ ସାମାଜିକ ସମସ୍ୟା ପରିପ୍ରେକ୍ଷୀରେ କ୍ରମ ବର୍ଦ୍ଧିଷ୍ଣୁ ଅପରାଧ ର ନିରାକରଣ ପାଇଁ ସହାୟକ ହେବ ବୋଲି ମତାମତ ପ୍ରକାଶ ପାଇଥିବା ବେଳେ ମାନବିକ ଅଧିକାର ତଥା ନାଗରିକ ଙ୍କ ର ମୋ।ଳିକ ଅଧିକାର ର ସୁରକ୍ଷା ଉପରେ ମଧ୍ୟପ୍ରଶ୍ନ ଉଠା ଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଚିଲିକା ମତ୍ସ୍ୟ ଜୀଵି ମହାସଂଘ ର ପ୍ରାକ୍ତନ ସଭାପତି ଜୟକୃଷ୍ଣ ବେହେରା, ସମାଜସେବୀ ରାମଚନ୍ଦ୍ର ପ୍ରଧାନ, ବିଶ୍ବଭୂଷଣ ରାଉତରାୟ,ସାମ୍ବାଦିକ ପ୍ରଦ୍ୟୁମ୍ନ ରଞ୍ଜନ ସୁଆର, ନାଚୁଣୀ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ପୂର୍ଣଚନ୍ଦ୍ର ପଲେଇ,ମୋରାମୋରି ପଞ୍ଚାୟତ ର ସରପଞ୍ଚ ବସନ୍ତ କୁମାର ମାଳି, ଗମ୍ଭାରୀ ମୁଣ୍ଡା ସରପଞ୍ଚ ପପୁ ପ୍ରଧାନ,ଅଜୟ କୁମାର ଖୁଣ୍ଟିଆ,ପ୍ରଶାନ୍ତ ସାହୁ ପ୍ରମୁଖ ଅଞ୍ଚଳ ର ବିଭିନ୍ନ ଆଇନ ସମସ୍ୟା ଉପରେ ଥାନା କର୍ତ୍ତୃପକ୍ଷ ଙ୍କ ଦ୍ରୃଷ୍ଟି ଆକର୍ଷଣ କରିଥିଲେ। ଥାନା ର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ ସବ୍ ଇନ୍ସପେକ୍ଟର ମନୋଜ ଦାସ ସ୍ଵାଗତ ଅଭିଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ। Categories: Uncategorized Related Content ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢିବାର ଏକ ମହାନ ପ୍ରକ୍ରିୟା - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 6, 2026 ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି by Proprietor Abhimanyu Maharana August 15, 2026 ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 3, 2026 Preparations on for Ratha Yatra at Delhi’s Hauz Khas Temple by Proprietor Abhimanyu Maharana June 27, 2026 ପୁରୀରେ ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ତିନିଦିନିଆ ଯଜ୍ଞରେ ଭକ୍ତିମୟ ପରିବେଶ by Proprietor Abhimanyu Maharana April 8, 2026 କୁଦିଆରୀ ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ : ସ୍କାଳରାତ୍ରି ବେଶରେ ଦର୍ଶନ ଦେଲେ ମା' by Proprietor Abhimanyu Maharana March 25, 2026