ପ୍ରଭା ରେ ରୂପ ଖୋଦେଇ ଦୁଆର ବେଢା ଉଠିଲା

ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :->  ସିଂହାସନ ବେଦୀ ଉପର ପ୍ରଥମ ଭୂଇଁ ମଧ୍ୟଭାଗରେ କନକ ମୁଣ୍ଡି ବସିବା ସହ, ତିନି ରଥର ବିଜେ ଚକା ନିର୍ମାଣ ଏବଂ ଜିନିସାଟ ବୁହାବୋହି ପାଇଁ ତିନି ରଥର ଦୁଇଟି ଲେଖାଏଁ ୨୦ ଫୁଟିଆ ଶାଙ୍ଗି ନିର୍ମାଣ ଶେଷ ହୋଇଥିଲା | ଅନୁକୂଳ ପୂଜା ସହ ତିନି ଥର ପ୍ରଭା ରେ ରୂପ ଖୋଦେଇ କାର୍ଯ୍ୟ ଆରମ୍ଭହୋଇଛି | ମୁଖ୍ୟ ରୂପକାର ସେବକମାନେ ଅନୁକୂଳ ପୂଜା ପୂର୍ବକ ନଡ଼ିଆ ବାଡେଇ ତିନି ରଥ ପ୍ରଭା ରେ ରୂପ ଖୋଦେଇ ଚିତ୍ର ଅଙ୍କନ ପୂର୍ବକ ସହଯୋଗୀ ରୂପକାର ସେବକ ମାନେ ମିଶି ପ୍ରଭା ରେ ରୂପ ଖୋଦେଇ ଆରମ୍ଭ କରିଛନ୍ତି ।

( ତିନି ରଥ ପ୍ରଭା ଉପରେ ରାହୁ ବା କୀର୍ତ୍ତିମୁଖ ଦୁଇହାତରେ ଦୁଇଟି ଛୁରୀ ଧରିଥିବା ଚିତ୍ର, ବାଙ୍କରେ ଦାଳି ଲତା ଏବଂ ତଳ ଭାଗ ଦୁଇପାର୍ଶ୍ଵରେ ମଗର ମୁଖ ଇତ୍ୟାଦି ର ରୂପ ଖୋଦେଇ କାର୍ଯ୍ୟ) | ତିନି ରଥ ଦୁଆର ବେଢ଼ା ରଥଉପରକଉଠିଲା | ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ନେତୃତ୍ବରେ ଆଜି ତିନି ରଥର ଭୋଇ ସେବକ ମାନେ ମିଶି ତିନି ରଥର ଚାରୋଟି ଲେଖାଏଁ ଦୁଆର ବେଢ଼ା କୁ ବାଉଁଶ ତେଣ୍ଟିଆ ସହାୟତାରେ ଉଠାଇ ନାଟ ଗୋଡ ସହ ସଂଯୋଗ ପୂର୍ବକ ରଥରେ ଦଉଡ଼ି ଦ୍ଵାରା ବାନ୍ଧେଣୀ କରିଛନ୍ତି।

ଆସନ୍ତାକାଲି ରଥରେ ଦୁଆର ବେଢ଼ାକୁ ମଜବୁତ କରି ରଖିବା ପାଇଁ ଦୁଆର ବେଢ଼ା ଉପରିଭାଗ ଚନ୍ଦ୍ର ଶାଳୀ ରେ ଧ୍ଵଜ ବତା ସଂଯୋଗ କରାଯାଇ ମଝି ଭୂଇଁ ଶେଣୀ ରେ କଣ୍ଟା ବସି ଫିଟିଙ୍ଗ କରାଯିବ | ତିନି ରଥର ଘୋଡ଼ା ଇସ ନିର୍ମାଣ ଶେଷ ହୋଇଛି ମହାରଣା ସେବକ ମାନେ ତିନି ରଥର ଦୁଇଟି ଲେଖାଏଁ ୨୦ ଫୁଟିଆ ଆଠଆଁସି ଘୋଡ଼ା ଇସ ନିର୍ମାଣ ସହ ସେଥିରେ ଦୁଇଟି ଲେଖାଏଁ ବିନ୍ଧ କାର୍ଯ୍ୟ ଶେଷ କରିଛନ୍ତି । ତିନି ରଥରେ ବସିଲା ଧୂଳି ଦଣ୍ଡା |

ଏଥିସହ ତିନି ରଥ ମହାରଣା ସେବକ ମାନେ ଆଜି ତିନି ରଥର ପ୍ରଭା ଫିଟିଙ୍ଗ ପାଇଁ ବେଦୀ ପଛଭାଗ ଚଉଦ ନାହାକା ରେ ଦୁଇଟି ଲେଖାଏଁ ଧୂଳି ଦଣ୍ଡା ଫିତିଙ୍ଗ କରିଛନ୍ତି। ଚିତ୍ରକାର ସେବକ ମାନେ ଆଜି ତିନି ରଥ କୁ ଦୁଆର ବେଢ଼ା ଉଠିବା ପାଇଁ ୨୪ ଟି ନାଟ ଗୋଡ ର ଖୋଦେଇ ରୂପରେ ରଙ୍ଗ ଚିତ୍ର ଶେଷ କରି ଯୋଗାଇବା ସହ ତିନି ରଥ କଳସରେ ପଦ୍ମ ପାଖୁଡ଼ା ରଙ୍ଗ ଚିତ୍ର ଶେଷ କରି ଛନ୍ତି | ଏଥି ସହ ତିନି ରଥର ଘୋଡ଼ା, ସାରଥି, ରଥର ବାହ୍ୟ ଅଂଶ ସହ ହଂସ ପଟା, ପାର୍ଶ୍ଵ ଦେବ ଦେବୀ ଇତ୍ୟାଦିର ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।

ଦରଜୀ ସେବକ ମାନେ ତିନି ରଥର ଘେର କନା ପ୍ରସ୍ତୁତ ଶେଷ କରିପୋଟଳ କନା କଟିଙ୍ଗ ଶେଷ କରି ସେଥିରେ ଚିକଣ ଜାରୀ ଲେସ ଫିଟିଙ୍ଗ ଜାରୀ ରଖିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ଦୁଆର ବେଢ଼ା ପାଇଁ ଧ୍ଵଜ ବତା କଣ୍ଟା, ଘୋଡ଼ା ସାରଥି ଙ୍କ ପାଇଁ ବାଗୁଆ କଣ୍ଟା ଶେଷ କରିବାସହ, ପୋଟଳ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।

ରଥଖଳା:ରଥ ନିର୍ମାଣ କାର୍ଯ୍ୟ ର ୫୨ ତମ ଦିବସରେ ମହାରଣା ସେବକ – ୭୭,ଭୋଇ ସେବକ-୭୭, କରତୀ ସେବକ -୪, କମାର ସେବକ – ୧୭, ରୂପକାର ସେବକ – ୨୧,ଚିତ୍ରକାର ସେବକ – ୪୦, ତୁମ୍ବ ବିନ୍ଧ କାରୀଗର -୨,ପାହି ମହାରଣା – ୨,ରଥଖଳା ସହାୟକ(ପାଣିବାଲା) ୧ ଏପରି ମୋଟ – ୨୪୧ ଜଣ ରଥଖଳା ରେ କାର୍ଯ୍ୟରତ ଥିଲେ |

Exit mobile version