Home ଅପରାଧ ସନ୍ଦେହ ଘେରରେ ମହିଳାଙ୍କ ଆତ୍ମହତ୍ୟା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ମଙ୍ଗଳବାର ଅପରାହ୍ନ ସମୟରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ଥାନା ସାହିରେ ଜଣେ ବିବାହିତା ମହିଳା ଘର ଭିତରେ ପଙ୍ଖାରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକା ଜଣଙ୍କ ହେଲେ ଥାନା ସାହିର ସ୍ୱପ୍ନା ପାଢି (୪୨) । ମୃତା ମହିଳା ଜଣଙ୍କ ପରିବାର ସହ ଦିଲ୍ଲୀରେ ରହୁଥିବା ବେଳେ ଗତ କିଛି ଦିନ ପୂର୍ବେ ଝିଆରୀର ବିବାହ ଉତ୍ସବରେ ଯୋଗ ଦେବା ପାଇଁ ହିଞ୍ଜିଳିକାଟୁ ଆସିଥିଲେ । ଝିଆରୀ ବାହାଘରର ୨ ଦିନ ପରେ ପରିବାର ସଦସ୍ୟ ମଙ୍ଗଳବାର ବୁଲିବାକୁ ନିକଟସ୍ଥ ଅଞ୍ଚଳକୁ ଯାଇଥିବା ବେଳେ ମହିଳା ଜଣଙ୍କ ଘରେ ଏକାକୀ ଥିଲେ । ପରିବାର ସଦସ୍ୟ ଘରକୁ ଫେରିବା ବେଳେ ମହିଳା ଜଣଙ୍କ ଘରର ସିଲିଂ ପଙ୍ଖାରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ପରିବାର ସଦସ୍ୟ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ବଞ୍ଚିଥିବା ଆଶା କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୨୦/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବୁଧବାର ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ ବୋଲି ଥାନା ଏଏସଆଇ ଅନନ୍ତ ଶବର କହିଛନ୍ତି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ । ପୁଲିସ ପରିବାର ଲୋକଙ୍କୁ ପଚରା ଉଚୁରା କରିବା ସହ ଘଟଣାର ତଦନ୍ତ ଚଳାଇଛି । Categories: ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍ Related Content ଧ୍ୟାନକୁଦ ପୀଠରେ ବାହୁଡା଼ ଯାତ୍ରା by Proprietor Abhimanyu Maharana July 25, 2026 ସିଂହଦ୍ଵାରରେ ଲାଗିଲା ତିନିରଥ ଆଜି ସୁନାବେଶ by Proprietor Abhimanyu Maharana July 25, 2026 ବାହୁଡା ଯାତ୍ରାର ରଥ ରନୱେରୁ...... by Proprietor Abhimanyu Maharana July 25, 2026 ଚକାଶିଳା କ୍ଷେତ୍ରରେ ଶ୍ରୀଜୀଉଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ, ଭକ୍ତଙ୍କ ସମାଗମରେ ମୁଖରିତ ରଣପୁର by Proprietor Abhimanyu Maharana July 24, 2026 ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷାରେ ତିନି ରଥ, ସଜେଇ ହୋଇଛି ଶ୍ରୀମନ୍ଦିର by Proprietor Abhimanyu Maharana July 24, 2026 ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା by Proprietor Abhimanyu Maharana July 24, 2026