Home ଓଡ଼ିଶା ସି ପି ଆଇ (ଏମ୍) ନେତା ସ୍ବର୍ଗତ ସାଥୀ ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ୭୯ ତମ ଜୟନ୍ତି ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ସି ପି ଆଇ (ଏମ୍) ର ନୟାଗଡ ଜିଲ୍ଲା କମିଟି ତରଫରୁ ଓଡ଼ିଶା ର ସୁନାମ ଧନ୍ୟ ବାମପନ୍ଥି ନେତା ,ରଣପୁର ବ୍ଳକର ପୁର୍ବତ୍ତନ ଅଧ୍ୟକ୍ଷ ତଥା ସମାଜସେବୀ ସ୍ବର୍ଗତ ସାଥୀ ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ୭୯ ତମ ଜୟନ୍ତୀ ପରିପ୍ରେକ୍ଷୀ ରେ ଆଜି ମଧ୍ୟାହ୍ନ ସମୟରେ ରଣପୁର ସ୍ଥିତ ଶହୀଦ ରଘୁଦିବାକର ଭବନ ଠାରେ ସାଥୀ ହରିଶ୍ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ବ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ସମସ୍ତ ସାଥୀ ମାନେ ସାଥୀ ସାମନ୍ତରାୟଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ପଣ କରିଥିଲେ । ଉପସ୍ଥିତ ବକ୍ତା ମାନେ ଶ୍ରୀ ସାମନ୍ତରାୟ ଙ୍କୁ ଏକା ଧାରାରେ ଜଣେ ଜନ ପ୍ରିୟ ରାଜ ନେତା,ଜଣେ ନିର୍ବାଚିତ ସ୍ଵଚ୍ଛ ପ୍ରତିନିଧି,ଆଇନଙ୍ଗ, ବିଶିଷ୍ଟ ଭଦ୍ର ବ୍ୟକ୍ତି, ବିପ୍ଳବୀ କବି, କ୍ରୀଡାବିତ ଓ ଜଣେ ସାଂସ୍କୃତିକ କଳାକାର ଥିଲେ ବୋଲି କହିଥିଲେ। ସେ ଥିଲେ ରଣପୁର ଅଞ୍ଚଳର ଜଣେ ସମଦରସି,ମିଷ୍ଠ ଭାସି,ଅମାୟିକ ବ୍ୟକ୍ତିତ୍ଵ। ସେ ଥିଲେ ଦଳିତ ,ନିଷ୍ପେଶିତ ଓ ସର୍ବହରା ଜନତାର ସାଲିସ୍ ହୀନ ସଂଗ୍ରାମର ସ୍ଵର । ରଣପୁର ବ୍ଳକର ଅଧ୍ୟକ୍ଷ ଭାବେ ଦୁଇ ଦୁଇ ଥର ନିର୍ବାଚିତ ହୋଇ ନିଜକୁ ସ୍ଵଛ ଓ କର୍ମନିଷ୍ଠ ଭାବେ ସମସ୍ତଙ୍କ ର ପ୍ରେରଣା ଥିଲେ ସେ । ସେ ସମ୍ୟବାଦୀ ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁ ଅଭାବରେ ଥିଲେ ମଧ୍ୟ ଅବିଚଳିତ ଭାବେ ତାଙ୍କର ଶେଷ ଜୀବନ ପର୍ଯ୍ୟନ୍ତ ସର୍ବହରା ଶ୍ରେଣୀ ପାଇଁ କାର୍ଯ୍ୟ କରିଥିଲେ। ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ରେ ସାଥୀ ସାମନ୍ତରାୟ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରଣପୁରର ସମସ୍ତ ସାଥୀ ସଧାରଣ ଜନତାଙ୍କ ଜୀବନ ଜୀବିକା ର ଅଧିକାର ପାଇଁ ସାଲିସ୍ ହୀନ ସଂଗ୍ରାମ ଜାରି ରଖିବାକୁ ବକ୍ତା ମାନେ ଆହ୍ୱାନ ଦେଇଥିଲେ। ଶ୍ରୀଯୁକ୍ତ ସାମନ୍ତରାୟ ଙ୍କ ଜୟନ୍ତି ପରିପ୍ରେକ୍ଷୀ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପାର୍ଟିର ଜିଲ୍ଲା ନେତା ବିଶ୍ଵନାଥ ମହାପାତ୍ର,ନିତ୍ୟାନନ୍ଦ ପରିଡା,ସୁରେଶ ସ୍ବାଇଁ ଓ ଦୁଶାସନ ଜେନା ପ୍ରମ୍ମୁଖ ଆଲୋଚନା କରିଥିଲେ।। ଉକ୍ତ ଖବରଟି ପ୍ରକାଶନ ଓ ପ୍ରସାରଣ କରିବା ନିମନ୍ତେ ନିବେଦନ। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ by Proprietor Abhimanyu Maharana September 10, 2026 ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ by Proprietor Abhimanyu Maharana September 10, 2026 Vedanta Aluminium Coal Mines showcases next-generation mining technologies at 6th CLI Expo 2026 by Proprietor Abhimanyu Maharana September 10, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ by Proprietor Abhimanyu Maharana September 10, 2026 Corrosion-resistant steel solution designed for construction, infrastructure, manufacturing and engineering applications by Proprietor Abhimanyu Maharana September 10, 2026