Home ଅପରାଧ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କିତ ଆଲୋଚନା ଚକ୍ର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ହିଞ୍ଜିଳି ଥାନା ପକ୍ଷରୁ ମଙ୍ଗଳବାର ଭାରତରେ ପ୍ରଚଳିତ ହୋଇଥିବା ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କିତ ଏକ ଆଲୋଚନା ଚକ୍ର ଥାନା ପରିସରରେ ଅନୁଷ୍ଠିତ ହୋଇଛି। ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ବେଲଗାଁ ଭାରପ୍ରାପ୍ତ ଥାନା ଅଧିକାରୀ ସ୍ମିତାଞ୍ଜଳି ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ମହାପାତ୍ର ଜୁଲାଇ ପହିଲାରୁ ଦେଶରେ ଲାଗୁ ହୋଇଥିବା ୩ଗୋଟି ନୂତନ ଅପରାଧିକ ଆଇନ ଓ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ କିଭଳି ସାଧାରଣ ଲୋକ ନୂଆଁ ଆଇନ ବିଷୟରେ ଜାଣି ପାରିବେ, ବୁଝି ପାରିବେ ଏବଂ ତାର କାର୍ଯ୍ୟକାରିତା ଉପରେ ସଚେତନ ହେବେ ସେ ସଂପର୍କରେ ସୂଚନା ଦେଇଥିଲେ । ଏହି ନୂତନ ଆଇନରେ ବିଶେଷ କରି ପ୍ରତ୍ୟକ ପିଡୀତଙ୍କ ସୁନିଶ୍ଚିତ ନ୍ୟାୟ, ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ପ୍ରାଧାନ୍ୟ, ତ୍ୱରିତ ନ୍ୟାୟ ପାଇଁ ସଠିକ ସମୟରେ ମାମଲାର ବିଚାର, ଇ-ଏଫଆଇଆର ସୁବିଧା, ଡିଜିଟାଲ ପ୍ରମାଣର ବ୍ୟବହାର ଏବଂ ସଙ୍ଗଠିତ ଅପରାଧ ଇତ୍ୟାଦି ଅପରାଧିକ ଆଇନରେ ଅନ୍ତର୍ଭୁକ୍ତ, ସ୍ପଷ୍ଟ ଓ ସ୍ୱଚ୍ଛ ଅନୁସନ୍ଧାନ ପାଇଁ ସ୍ବାକ୍ଷର ବିବୃତି ଏବଂ ଯାଞ୍ଚର ଅଡିଓ, ଭିଡ଼ିଓ ରେକର୍ଡ଼ିଂ ଭଳି ବହୁ ସୁବିଧା ଉପଲବ୍ଧ ଥିବା ସେ ପ୍ରକାଶ କରିଥିଲେ।୧୬୦ ବର୍ଷ ଧରି ପ୍ରଚଳିତ ଥିବା ପୁରୁଣା ଇଂରେଜ ଅମଳର ଫୌଜଦାରୀ ଆଇନକୁ ହଟା ଯାଇଥିଲା। ତ୍ୱରିତ ନ୍ୟାୟ ପାଇବା ପାଇଁ ଆରମ୍ଭ ହେଲା ହେଲା ୩ ନୂତନ ଆଇନ- ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ ।ନୂଆ ଆଇନରେ କେତେକ ଧାରାକୁ ଏକତ୍ର ଏବଂ ସରଳ କରାଯାଇ ମୋଟ ଧାରା ସଂଖ୍ୟା ୩୫୮ରେ ସୀମିତ କରାଯାଇଛି। ୩ ଆଇନ ନ୍ୟାୟ, ସ୍ବଚ୍ଛତା ଓ ନିରପେକ୍ଷତା ଆଧାରରେ ହୋଇଛି। ଜିରୋ ଏଫ୍ଆଇଆର୍ ବ୍ୟବସ୍ଥାରେ ଜଣେ ଅଭିଯୋଗକାରୀ ଯେକୌଣସି ଥାନାରେ ଏତଲା ଦାଏର କରିପାରିବେ। ଏହା ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ସହ ଅପରାଧର ତୁରନ୍ତ ରିପୋର୍ଟିଂ ହୋଇପାରିବ। ଜଣେ ବ୍ୟକ୍ତି ଗିରଫ ହେବା ପରେ ସେ ତାଙ୍କ ସ୍ଥିତି ସମ୍ପର୍କରେ ନିଜର କାହାକୁ ମଧ୍ୟ ଜଣାଇ ପାରିବାର ଅଧିକା ନୂଆ ଆଇନରେ ରହିଛି। ଫଳରେ ଗିରଫ ବ୍ୟକ୍ତିଙ୍କୁ ତୁରନ୍ତ ସହାୟତା ମିଳିପାରିବ। ଗିରଫ ସମ୍ପର୍କିତ ବିବରଣୀ ଥାନା ଏବଂ ଜିଲା ମୁଖ୍ୟାଳୟ ଗୁଡ଼ିକରେ ସ୍ପଷ୍ଟ ଭାବେ ପ୍ରଦର୍ଶିତ ହେବ।ଗମ୍ଭୀର ଅପରାଧ ମାମଲାରେ ଫୋରେନ୍ସିକ ବିଶେଷଜ୍ଞ ଅପରାଧ ସ୍ଥଳକୁ ଯାଇ ତଥ୍ୟପ୍ରମାଣ ସଂଗ୍ରହ କରିବା ବାଧ୍ୟତାମୂଳକ କରାଯାଇଛି।ନୂଆ ଆଇନ ଅନୁଯାୟୀ ସାକ୍ଷୀଙ୍କ ସୁରକ୍ଷା ଓ ସହଯୋଗକୁ ସୁନିଶ୍ଚିତ କରିବା ଏବଂ ନ୍ୟାୟିକ ବିଚାର ପ୍ରକ୍ରିୟାର ବିଶ୍ୱସନୀୟତା ଏବଂ ପ୍ରଭାବଶାଳୀତାକୁ ବଢ଼ାଇବା ପାଇଁ ସମସ୍ତ ରାଜ୍ୟ ସରକାର ସାକ୍ଷୀ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବେ। ସମାବେଶୀ ଏବଂ ସମାନତା ବଢ଼ାଇବା ପାଇଁ ‘ଲିଙ୍ଗ’ ସଂଜ୍ଞାରେ କିନ୍ନରଙ୍କୁ ସାମିଲ କରାଯାଇଛି। ମହିଳା, ୧୫ ବର୍ଷରୁ କମ୍ ବୟସର ନାବାଳକ, ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ କିମ୍ବା ଅତ୍ୟଧିକ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ଥାନାରେ ହାଜର ହେବାରୁ ବାଦ୍ ଦିଆଯାଇଥିବାବେଳେ ସେମାନେ ନିଜ ଘରେ ରହି ପୋଲିସ ସହାୟତା ପାଇ ପାରିବେ ବୋଲି ଆଲୋଚନା ଚକ୍ରରେ ଅଧିକାରୀ ମାନେ ଅଭିମତ ପ୍ରକାଶ କରିଥିଲେ। ଆଲୋଚନା ଚକ୍ରରେ ଜନ ପ୍ରତିନିଧିଙ୍କ ସମେତ ବହୁ ବୁଦ୍ଧିଜୀବି ଏବଂ ରାଜନୈତିକ ବ୍ୟକ୍ତି ବିଶେଷ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପୋଲିସ କର୍ମଚାରୀ ସହଯୋଗ କରିଥିଲେ। Categories: ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍ Related Content ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 ନକଲି ଏମ୍ଭିଆଇ ଅଧିକାରୀ ଗିରଫ by Proprietor Abhimanyu Maharana September 20, 2026 ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା by Proprietor Abhimanyu Maharana September 20, 2026 ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 20, 2026 ଆଶ୍ରୟ ପକ୍ଷରୁ ସମୁଦ୍ରକୂଳ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 କଣ୍ଟାବାଞ୍ଜି, ବିଶ୍ଵକର୍ମା ପୂଜାଭଷାଣି by Proprietor Abhimanyu Maharana September 20, 2026