Home ଓଡ଼ିଶା ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମନ୍ବିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମନ୍ବିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ କରାଯାଇଛି | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ କର୍ମଶାଳା ଓ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲେକ୍ଷ ମୁଖ୍ୟ ଚିକିତ୍ସାଳୟର ସମସ୍ତ କର୍ମଚାରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ କର୍ମଚାରୀ ଏବଂ ସହରାଂଚଳର ଆଶା କର୍ମୀ, ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ତଥା ଅଙ୍ଗନବାଡ଼ି କର୍ମୀ ଉପସ୍ଥିତ ରହିଥିଲେ| ଏହି ସମନ୍ବିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ୦୧ ଜୁଲାଇ ରୁ ଆରମ୍ଭ ହୋଇ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲୁରହିବ | ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଯକ୍ଷ୍ମା, କୁଷ୍ଠ ଓ ସମୁର୍ଣ୍ଣ ଟୀକାକରଣ ହୋଇନଥିବା ଶିଶୁ ଓ ହେପାଟାଇଟିସ-ବି ପରୀକ୍ଷା କରାଯାଇନଥିବା ଗର୍ଭବତୀ ମହିଳାଙ୍କର ଚିହ୍ନଟ ପାଇଁ ସମନ୍ୱିତ ସର୍ବେକ୍ଷଣ କରିବେ | ଆବଶ୍ୟକ ସ୍ଥଳେ ଟୀକାକରଣ ଓ ଚିକିତ୍ସା ମଧ୍ୟ ଯୋଗାଇଦେବେ | ଏଥି ସହିତ ଜିଲ୍ଲାର ମୋଟ ୧୭୦୦ ଆଶା କର୍ମୀ ପ୍ରତ୍ୟକ ଘରକୁ ଘର ସର୍ବେକ୍ଷଣ କାର୍ଯ୍ୟକ୍ରମକୁ ତ୍ଵରାନିତ କରିବା ସହିତ ଓଆରଏସ୍ ବଣ୍ଟନ ମଧ୍ୟ କରିବେ l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ୧୬ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୪୪ ଟି ପ୍ରାଥମିକ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ୫ଟି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ୧୯୪ଟି ଉପସ୍ୱାସ୍ଥ୍ୟ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ,ଏବଂ ୫ଟି ସହରାଂଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସଚେତନ ବାର୍ତା ନିମନ୍ତେ ବିଶେଷ ପଦକ୍ଷପ ନିଆଯିବା ସହିତ ଏକ ସଚେତନତା ପ୍ରକୋଷ୍ଠ ସ୍ଥାପନ କରାଯିବ | ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ର ସମନ୍ବିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଜିଲ୍ଲାର ସବୁଠାରେ ୧ ଜୁଲାଇରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ସଫଳତାର ସହିତ ରୂପାୟନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ | Categories: ଓଡ଼ିଶା, ପୁରୀ, ହୋମ୍ Related Content ଅଧାରୁ ପାଠ ଛାଡିଥିବା ଛାତ୍ରୀ ତୁଳସୀ ଫେରିଲା ବିଦ୍ୟାଳୟ by Proprietor Abhimanyu Maharana August 12, 2026 ହର ଘର ତ୍ରିରଙ୍ଗା’ ଅବସରରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି by Proprietor Abhimanyu Maharana August 12, 2026 ପୋସ୍ ଅଧିନିୟମ” ସମ୍ପର୍କିତ କର୍ମଶାଳା by Proprietor Abhimanyu Maharana August 12, 2026 ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ by Proprietor Abhimanyu Maharana August 12, 2026 ନୟାଗଡ଼ରେ ଶ୍ରମିକ କୃଷକ ସଂଗଠନର ଜେଲଭରୋ ଆନ୍ଦୋଳନ by Proprietor Abhimanyu Maharana August 12, 2026 ରୋଟାରୀ କ୍ଲବ ନୟାଗଡ଼ରେ ତର୍କ ପ୍ରତିଯୋଗିତା by Proprietor Abhimanyu Maharana August 12, 2026