Home ଓଡ଼ିଶା A1 କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଦେଶ ଓ ଜାତିକୁ ଶ୍ରେଷ୍ଠ ଭାବେ ଗଢିତୋଳିବାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା ଅବର୍ଣ୍ଣନୀୟ। ସେମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରାଯିବା ସହ ଶିକ୍ଷାନୁଷ୍ଠାନ ରେ ଥିବା ସମସ୍ୟା ଗୁଡ଼ିକର ଉପଯୁକ୍ତ ଭାବରେ ସମାଧାନ କରାଗଲେ ନିଶ୍ଚିତ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ଆଜି ପୁରୀ ଟାଉନ ହଲ୍ ଠାରେ ଜିଲ୍ଲାର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଏକଦିବସୀୟ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହ ଗତ ମାଟ୍ରିକ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ପୁରୀ ଜିଲ୍ଲାର ସମୁଦାୟ ୧୧୬ A1 ପ୍ରାପ୍ତ ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ପରିଡା ଶ୍ରୀଗଣେଶଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ଶିକ୍ଷା କୌଣସି ଜାତି ବା ରାଷ୍ଟ୍ରକୁ ଶ୍ରେଷ୍ଠ କରିବାର ମୁଖ୍ୟ ଆଧାର।ଯିଏ ଯେଉଁ ପଦବୀରେ ଥିଲେ ମଧ୍ୟ ତାହାର ଉତ୍ସ ଶିକ୍ଷା। ତେଣୁ ରାଜନୈତିକ ବିଚାର ଧାରାରୁ ଉର୍ଦ୍ଧ୍ବ ରେ ରହି ଶିକ୍ଷା ର ବିକାଶ ପାଇଁ ସମସ୍ତେ ଆଗେଇ ଆସିବାକୁ ସେ ଅନୁରୋଧ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ବିଧାୟକ କାକଟପୁର ତୁଷାରକାନ୍ତି ବେହେରା,ବିଧାୟକ ପୁରୀ ସୁନିଲ କୁମାର ମହାନ୍ତି,ବିଧାୟକ ପିପିଲି ଆଶ୍ରିତ ପଟ୍ଟନାୟକ, ବିଧାୟକ ସତ୍ୟବାଦୀ ଓମ୍ ପ୍ରକାଶ ମିଶ୍ର, ବିଧାୟକ ବ୍ରହ୍ମଗିରି ଉପାସନା ମହାପାତ୍ର ଉପସ୍ଥିତ ରହି ଶିକ୍ଷା, ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।କାର୍ଯ୍ୟକ୍ରମ ରେ ଏ ୧ ପାଇଥିବା ୧୧୬ ଜଣ ବିଦ୍ୟାର୍ଥୀ ଙ୍କୁ ସମ୍ବର୍ଦ୍ଧନା ସହ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷଣ ପ୍ରଦାନ କରି ସେମାନଙ୍କୁ ଶୀର୍ଷତମ ଶିଖରରେ ଉପନିତ କରାଇ ପାରିଥିବା ୭ ଜଣ ସବ୍ଜେକ୍ଟ ଶିକ୍ଷକ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ପ୍ରତ୍ୟେକ ବିଦ୍ୟାଳୟର ଦଶମ ଶ୍ରେଣୀରେ ଏନ୍ ରୋଲ ମେଣ୍ଟ କରିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୧୦% କିପରି A1 ପାଇବେ ଓ ପ୍ରତ୍ୟେକ ବିଦ୍ୟାଳୟ ପାସ୍ ହାର ୧୦୦% ହେବ ସେ ବିଷୟରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ଦେଇ ଉତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏଣୁ ପୂର୍ବରୁ ପଦକ୍ଷେପ ନିଆଯାଇ ବିଭିନ୍ନ ଦକ୍ଷ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ପି ପି ଟି ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବିଭିନ୍ନ ବିଷୟରେ ଦକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା ଭିନ୍ନ ଭିନ୍ନ ତଥ୍ୟ ଉପସ୍ଥାପନ କରାଯାଇଥିଲା । ଏତଦ୍ ବ୍ୟତୀତ ଗତ ମାଟ୍ରିକ ପରୀକ୍ଷାରେ ପାସ୍ ହାର ୧୦୦% ରଖିଥିବା ସମୁଦାୟ ୧୫୩ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ପୁରସ୍କୃତ ଓ ସମ୍ୱର୍ଦ୍ଧିତ କରାଯାଇଛି । ବିଭିନ୍ନ ବିଷୟରେ ବିଷୟ ଭିତ୍ତିକ ଦକ୍ଷତା ବୃଦ୍ଧି ପାଇଁଁ ଶିକ୍ଷକ ମାନଙ୍କୁ ବିଭିନ୍ନ ସମୟରେ ଓରିଏଣ୍ଟେସନ୍ ପ୍ରୋଗ୍ରାମ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଆୟୋଜନ କରାଯିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବାକୁ ସ୍ଥିର କରାଗଲା । ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ,ଓଡିଶା ଶିକ୍ଷା ବିଭାଗର ଯୁଗ୍ମ ନିର୍ଦେଶକ ଡଃ ବିଶ୍ବଜିତ୍ ଘୋଷ୍ ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନର ପ୍ରାଧ୍ୟାପକ ସନ୍ତୋଷ କୁମାର ପରିଡା ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ପରିକଳ୍ପନା ଓ ପରିଚାଳନା ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ହିମାଂଶୁ ଭୂଷଣ ସମରଥ କରିଥିଲେ । ଶିକ୍ଷୟିତ୍ରୀ ଅଳକାନନ୍ଦା ମଞ୍ଚ ପରିଚାଳନା,ଶିକ୍ଷକ ପ୍ରତାପ କୁମାର ରାଉତ, ଅତିଥି ପରିଚୟ ପ୍ରଦାନ ଓ ଶିକ୍ଷକ ବିଦ୍ୟାଧର ମିଶ୍ର ବେଦପାଠ କରିଥିଲେ । ଏହି ସମସ୍ତ କାର୍ଯ୍ୟ ସାମଗ୍ରିକ ଭାବେ ସଭାର ସଭାପତି ତଥା ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାଢ଼ୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମାହିତ ହୋଇଥିଲା । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ମମତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଓଡ଼ିଶାରେ ଏମ୍ଏସ୍ଏମ୍ଇ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟାଙ୍କିଂ କ୍ଷେତ୍ର କ୍ରେଡିଟ୍ ପ୍ରାପ୍ତିକୁ ସରଳ କରିବା ସହ ସିବିଲ ସ୍କୋର ସଂସ୍କାର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ : ରାଜ୍ୟପାଳ ହରି ବାବୁ କମ୍ଭମପତି by Proprietor Abhimanyu Maharana August 13, 2026 Banking sector should simplify Credit Access and CIBIL Score reforms to Boost MSME growth in Odisha : Governor Hari Babu Kambhampati by Proprietor Abhimanyu Maharana August 13, 2026 Panchaa Comes Home: Ramraj Cotton Revives Odisha's Santhali Weave and Transforms the Livelihoods of Mayurbhanj's Tribal Women Weavers Through a Contemporary Dhoti by Proprietor Abhimanyu Maharana August 12, 2026 ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’ by Proprietor Abhimanyu Maharana August 12, 2026 ବୁଧବାର ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ by Proprietor Abhimanyu Maharana August 12, 2026 ପର୍ଯ୍ୟଟକଙ୍କ ସୁନାଚେନ୍ ଛିନଟାଇ : ଅଭିଯୁକ୍ତ କୁ ମାଡ଼ିବସିଲା ପୋଲିସ by Proprietor Abhimanyu Maharana August 12, 2026